Latest Odisha News

BREAKING NEWS

ବେନ ଷ୍ଟୋକ୍ସ ଗୁରୁତର ଆଘାତପ୍ରାପ୍ତ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଉଭୟ ବ୍ୟାଟ ଓ ବଲରେ ସର୍ବଦା ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି । ଏବେ ଷ୍ଟୋକ୍ସ ପୂନର୍ବାର ଆଘାତ ସମସ୍ୟାରେ ପଡିଛନ୍ତି । ତାଙ୍କ ମୁହଁରେ ଜୋରରେ ଆଘାତ ଲାଗିଛି । ଏପରିକି ତାଙ୍କୁ ଚିହ୍ନିବା କଷ୍ଟକର ହେଉଛି । ଷ୍ଟୋକ୍ସ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଆଘାତ ସମସ୍ୟାରେ ସୂଚନା ଦେଇଛନ୍ତି । ସେ ଏହା ତଳେ ଲେଖିଛନ୍ତି ଯେ, ଆପଣମାନେ ବଲର ଅବସ୍ଥା ଦେଖିବା କଥା । ଷ୍ଟୋକ୍ସଙ୍କ ଆଖି ନିକଟରେ ବଲ ବାଜିବା ସହ କଳା ଏବଂ ଗାଲ ନାଲି ପଡି ଯାଇଛି । ଷ୍ଟୋକ୍ସ ବାରମ୍ବାର ଆଘାତ ସମସ୍ୟାରେ ପଡିଥାନ୍ତି ।

୨୦୧୪ରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ଏକ ମ୍ୟାଚରେ ୦ରେ ଆଉଟ ହେବା ପରେ ରାଗିଯାଇ ଡ୍ରେସିଂରୁମ ଲକରକୁ ମୁଥା ମାରିଥିଲେ । ତାଙ୍କ ହାତ ଭାଙ୍ଗି ଯାଇଥିଲା । ଏଥିଯୋଗୁ ସେ ୨୦୧୪ ଟି୨୦ ବିଶ୍ୱକପ ଖେଳି ପାରି ନ ଥିଲେ । ୨୦୨୧ରେ ପୂନର୍ବାର ତାଙ୍କ ହାତ ଆଙ୍ଗୁଳି ଭାଙ୍ଗି ଯାଇଥିଲା । ସେ ମାନସିକ ଚାପଗ୍ରସ୍ତ ହୋଇ କ୍ରିକେଟରୁ କିଛି ଦିନ ବ୍ରେକ ନେଇଥିଲେ । ୨୦୨୫ରେ ପୂନର୍ବାର ତାଙ୍କ କାନ୍ଧ ଆଘାତପ୍ରାପ୍ତ ହୋଇଥିଲା । ସେ ଭାରତ ବିପକ୍ଷ ୫ମ ଟେଷ୍ଟରେ ଏଥିପାଇଁ ଖେଳିପାରି ନ ଥିଲେ । ଷ୍ଟୋକ୍ସ ଜଣେ ଭଲ ଅଲରାଉଣ୍ଡର ହେବା ସତ୍ୱେ ଆଘାତ ସମସ୍ୟା ତାଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରିଛି ।

Comments are closed.