Latest Odisha News

BREAKING NEWS

ଅଷ୍ଟ୍ରେଲିଆକୁ ବଡ ଝଟକା: ବିଶ୍ୱକପରୁ ଓହରିଲେ ହାଜେଲଉଡ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଠିକ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ଜୋଶ ହାଜେଲଉଡ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ବିଶ୍ୱକପରୁ ଓହରି ଯାଇଛନ୍ତି । ମିଚେଲ ଷ୍ଟାର୍କ ଓ ପ୍ୟାଟ କୁମିନ୍ସଙ୍କ ପରେ ହାଜେଲଉଡଙ୍କ ଅନୁପସ୍ଥିତି ଟିମର ସନ୍ତୁଳନ ବିଗାଡିଦେବ ବୋଲି ଆଶଙ୍କା କରାଯାଉଛି । ଷ୍ଟାର୍କ ଅବସର ଘୋଷଣା କରିଥିବା ବେଳେ କୁମିନ୍ସ ଆଘାତ ସମସ୍ୟାରେ ପଡିଥିଲେ । କ୍ରିକେଟ ଅଷ୍ଟ୍ରେଲିଆ ଶୁକ୍ରବାର ହାଜେଉଲଡ ଓହରିବା ସ୍ପଷ୍ଟ କରିଛନ୍ତିି । ସେ କିଛି ଦିନ ହେବ ମାଂସପେଶୀଜନିତ ସମସ୍ୟାରେ ପଡିଥିଲେ ।

ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହା ସମ୍ଭବପର ହୋଇ ନ ଥିଲା । ଆଉ କିଛି ଦିନ ବିଶ୍ରାମ ନେବା ପରେ ସେ ଫିଟ ହେବେ ବୋଲି ସିଏ ପକ୍ଷରୁ କୁହାଯାଇଛି । ପ୍ରଥମେ ତାଙ୍କୁ ଗ୍ରୁପ ପର୍ଯ୍ୟାୟରୁ ବାଦ ଦିଆଯାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ଭାବେ ବିଶ୍ୱକପରୁ ଓହରି ଯାଇଛନ୍ତି । ସିଏ ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିନି । ଫେବୃୟାରୀ ୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ତାର ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.