Latest Odisha News

BREAKING NEWS

ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଅଭୟାରଣ୍ୟ

ଅନୁଗୋଳ: ବଦଳିବ ସାତକୋଶିଆର ରୂପରେଖ। ନୂଆ ରୂପ ପାଇବ ସାତକୋଶିଆ ଅଭୟାରଣ୍ୟ। ବିଶ୍ବସ୍ତରୀୟ ଈକୋ ଟୁରିଜିମ ହେବ ସାତକୋଶିଆ। ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି। ଜୈବ ବିବିଧତା ଭରା ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ବସ୍ତରୀୟ ଇକୋଟୁରିଜିମ । ବଦଳିବ ଅନୁଗୋଳ ଜିଲ୍ଲାରେ ଥିବା ସାତକୋଶିଆ ଅଭୟାରଣ୍ୟ କଳେବର ।

ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଅଭୟାରଣ୍ୟ । ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟ ପ୍ରାଣୀ ଅଭୟାରଣ୍ୟର DFO । ସାତକୋଶିଆ DFO ଗଦାଧର ପାତ୍ର କହିଛନ୍ତି ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟ ଡିପିଆରକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ କରାଯାଇଛି ।

ଅଭୟାରଣ୍ୟର ପୁରୁଣାକୋଟ, ଜଗନ୍ନାଥପୁର, ଟିକରପଡାରେ ହେବ ନୂଆ ପ୍ରବେଶ ପଥ । ସେହିପରି ମହାନଦୀ ବନଖଣ୍ଡର ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆଠାରେ ବି ନିର୍ମାଣ ହେବ ନୂଆ ପ୍ରବେଶ ପଥ । ଏହି ପ୍ରକଳ୍ପରେ ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର୍, ୱାଚ୍ ଟାୱାର, ରିଭର ଭିୟୁ ଡେକ୍ ରହିବ । ସେପଟେ ପରିବେଶବିତ୍ କହିଛନ୍ତି, ସାତକୋଶିଆ ବିଶ୍ବସ୍ତରୀୟ ଈକୋ ଟୁରିଜିମ ହେଉ କିନ୍ତୁ ଭିତ୍ତିଭୂମିର ବିକାଶ ସହ ଅଞ୍ଚଳବାସୀଙ୍କ ସମସ୍ୟା ଉପରେ ପ୍ରାଥମିକତା ଦେବ ଆବଶ୍ୟକ । ସେପଟେ ଆଠମଲ୍ଲିକ ବିଧାୟକ କହିଛନ୍ତି, ଅଞ୍ଚଳବାସୀଙ୍କ ଜୀବନଜୀବିକା ଉପରେ ଗୁରୁତ୍ୱପୂର୍ଣ ଦିଆଯାଇ କାର୍ଯ୍ୟ କରାଯାଉ । ସାତକୋଶିଆ ବିଶ୍ବରେ ଏକ୍ ନମ୍ବର ଟୁରିଜିମ୍ ସ୍ପଟ ପାଲଟିବ।

Leave A Reply

Your email address will not be published.