ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ବହୁ ମାତ୍ରାରେ ଅଫିମ ଚାଷ ନଷ୍ଟ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗର ମିଳିତ ଅପରେସନରେ କୋଇଡ଼ାର କୁସୁମଡିହ ଅଞ୍ଚଳରେ ୯ ଏକରରୁ ଅଧିକ ଜମିରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
କୋଇଡ଼ାର କୁସୁମଡିହ ଅଞ୍ଚଳରେ ଅଫିମ ଚାଷ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ସୁନ୍ଦରଗଡ ପୋଲିସ । ଏହାପରେ ଅବକାରୀ ବିଭାଗ ସହ ମିଶି ମିଳିତ ଅପରେସନ ଆରମ୍ଭ ହୋଇଥିଲା । ମାମଲାରେ ଝାଡ଼ଖଣ୍ଡ ଅଞ୍ଚଳର ଦୁଇ ଜଣ ଚାଷୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।
ତେବେ ଏତେ ବଡ ଅଞ୍ଚଳରେ ଏତେ ପରିମାଣର ଅଫିମ ଗଛ କିଏ ଓ କିଭଳି କଲା ସେନେଇ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆନ୍ତର୍ଜାତୀୟ ସ୍ତରରେ ଏମାନଙ୍କ ଲିଙ୍କ ଅଛି କି ନାହିଁ ସେନେଇ ଉଭୟଙ୍କୁ ପଚରା ଉଚରା କରୁଛି ।