ଭୁବନେଶ୍ବର: ପୁଣି ନିର୍ବାଚନ ଲଢିବେ କହିଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ସେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ କହିଛନ୍ତି ଯେ, ଆମ ପାଖରେ ଶକ୍ତି, ସଂଗଠନ ଏବଂ ପଇସା ଅଛି । ଲୋକଙ୍କ ସହ ମିଶୁଛୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି । ପୁଣିଥରେ ଏଥର ଜଟଣୀରେ କଂଗ୍ରେସ ଆସିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ମୁଁ ଛାଡି ଦେଇଥିଲି ବୋଲି ୨୦୨୪ ନିର୍ବାଚନରେ କଂଗ୍ରେସ ଜଟଣୀରେ ହାରିଥିଲା । ଏଣିକି ଜଟଣୀରେ କଂଗ୍ରେସ ଆସିବ । ଏଥର ଲୋକ ଚାହିଁଲେ ପୁଣି ନିର୍ବାଚନ ଲଢିବି, ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ ବୋଲି ସେ କହିଛନ୍ତି । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ଲଢ଼ିବି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନ ପୂର୍ବରୁ ସୁର ରାଉତରାୟ ଆଉ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ । ୮୦ ବର୍ଷ ବୟସରେ ଆଉ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ । ମୋତେ ପିସିସି ସଭାପତି ଅନୁରୋଧ କରିଥିଲେ ମାତ୍ର ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ । ମୋର ଦୁଇ ପୁଅ କଂଗ୍ରେସରୁ ହିଁ ନିର୍ବାଚନ ଲଢ଼ିବେ ବୋଲି ସେ କହିଥିଲେ ।