Latest Odisha News

BREAKING NEWS

Naveen Patnaik: ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସମ୍ବନ୍ଧେରେ ଚିଠିକେ ଉଲ୍ଲେଖ କରିଛନ୍ତି ନବୀନ ।

ନବୀନ ଲେଖିଛନ୍ତି ଯେ, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତଦ୍‌ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି । କୃଷି ହେଉଛି ଓଡିଶାର ଜୀବନ ରେଖା । ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀ ମାନଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି ।

୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୁର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରତିଶ୍ରୁତି ଦିଆ ଯାଇଥିଲା । କିନ୍ତୁ ବାସ୍ତବ ସ୍ଥିତି ହେଉଛି ଯେ ରାଜ୍ୟରେ ଥିବା ମଣ୍ଡି ଗୁଡିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟି ଯାଇଛି । ମୁଁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକରେ ଆପଣଙ୍କର ଜରୁରୀ ହସ୍ତକ୍ଷେପ ଆଶା କରୁଅଛି ।

ଅନ୍ନଦାତା ମାନଙ୍କଠାରୁ ବିନା କୌଣସି ଅସୁବିଧାରେ ଧାନ ସଂଗ୍ରହ କରିବାକୁ ଆପଣଙ୍କ ସରକାର ପ୍ରତିଶ୍ରୁତି ଦେଇଥିବା ସତ୍ୱେ ଆଦ୍ରତା ଓ ନିମ୍ନ ମାନର ଧାନ ଆଦି ବିଭିନ୍ନ ଆଳରେ ସେମାନଙ୍କ ଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ କରିବା ପରିତାପର ବିଷୟ । ଅନେକ ଜିଲ୍ଲାରେ ଏଭଳି ଶୋଷଣ ଚାଷୀ ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ମିଲର ଓ ସ୍ଥାନୀୟ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି । ନିର୍ବାଚନ ସମୟରେ ବିଜେପି ଦେଇଥିବା ମିଥ୍ୟା ପ୍ରତିଶ୍ରୁତିର ଏହା ଏକ ଉଦାହରଣ ନୁହେଁ କି? କେବେ ଏ କଟନୀ-ଛଟନୀ ବନ୍ଦ ହେବ? ଆପଣଙ୍କ ସରକାର ନିର୍ବାଚନ ପ୍ରତିଶ୍ରୁତି କେବେ ପାଳନ କରିବ? ନିର୍ବାଚନ ଇସ୍ତାହାର ମୁତାବକ ଚାଷୀ କେବେ ନ୍ୟାୟ ପାଇବ?

Leave A Reply

Your email address will not be published.