Latest Odisha News

Curfew imposed: ମଣିପୁରରେ ହିଂସା: ଜଳିଲା ଘର,ହେଲା ଗୁଳିଚାଳନା; ୫ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ

ଇମ୍ଫାଲ: ମଙ୍ଗଳବାର ସକାଳେ ମଣିପୁରର ଉଖରୁଲ ଜିଲ୍ଲାରେ ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣକୁ ନେଇ ଘଟିଥିବା ହିଂସା ପରେ କିଛି ଖାଲି ଘର ପୋଡ଼ି ଦିଆଯାଇଥିଲା ଏବଂ ଗୁଳିଚାଳନା ମଧ୍ୟ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲାରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସଶସ୍ତ୍ର ଲୋକମାନେ ଲିଟାନ ସାରେଇଖୋଙ୍ଗରେ କିଛି ଖାଲି ଘରେ ନିଆଁ ଲଗାଇ ଗୁଳି ଚଳାଇଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ସୁରକ୍ଷା ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ ସତର୍କତାମୂଳକ ଏବଂ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ, ମଣିପୁର ସରକାର ଉଖଋଲ ଜିଲ୍ଲାର ରାଜସ୍ୱ ଅଞ୍ଚଳରେ ପାଞ୍ଚ ଦିନ ପାଇଁ ବ୍ରଡବ୍ୟାଣ୍ଡ, VPN ଏବଂ V-Sat ଉପରେ ଆଧାରିତ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମଣିପୁର ମନ୍ତ୍ରୀ ଗୋବିନ୍ଦାସ କନ୍ଥୋଜାମ ସୋମବାର ଦିନ କହିଛନ୍ତି ଯେ ଅତି କମରେ ୨୧ଟି ଘର ପୋଡି ଦିଆଯାଇଛି ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଅନ୍ୟପକ୍ଷରେ, ସୋମବାର ଦିନ ଲିଟାନ୍ ଥାନା ଅଞ୍ଚଳର ଲାମଲାଇ ଚିଙ୍ଗଫେଇ କୁକି ଗାଁରେ ଟ୍ରକ୍ ଖରାପ ହୋଇଯିବାରୁ ଫସି ରହିଥିବା ଦୁଇ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ଘରୁ ପଳାୟନ କରୁଥିବା ସ୍ଥାନୀୟ ଲୋକମାନେ ଏହି ଅଞ୍ଚଳରେ ଗୁଳିକାଣ୍ଡ ବନ୍ଦ କରିବାରେ ବିଫଳ ହୋଇଥିବା ଅଭିଯୋଗରେ ସୁରକ୍ଷା ବାହିନୀଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ କ୍ଲିପ୍ ପା ଅଞ୍ଚଳ ଉପରେ ଘନ ଧୂଆଁ ଉଠୁଥିବା ଦେଖାଯାଇଛି।

Leave A Reply

Your email address will not be published.