ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଧୀରେ ଧୀରେ ରୋମାଂଚକରର ବେଗକୁ ବଢ଼ାଇବାରେ ଲାଗିଛି । ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମ୍ୟାଚ ଏହାର ଜ୍ୱଳନ୍ତ ଉଦାହରଣ । ଦକ୍ଷିଣ ଆଫ୍ରିକା ଡବଲ ସୁପର ଓଭରରେ ବାଜି ମାରି ଆଫଗାନିସ୍ତାନକୁ ପଛରେ ପକାଇ ଦେଇଛି । ତେବେ ଆନ୍ତର୍ଜାତୀୟ କ୍ରିକେଟରେ କେଉଁ ଟିମ ଏବେ ବି ସୁପର ଓଭରରେ ରାଜା ଭାବେ ପରିଚିତ ଆସନ୍ତୁ ଜାଣିବା । ଅନ୍ୟ ଦେଶଗୁଡିକ ତୁଳନାରେ ସୁପର ଓଭରରେ ଶତ ପ୍ରତିଶତ ବିଜୟ ଲକ୍ଷ୍ୟ ଭାରତ ସପକ୍ଷରେ ରହିଛି । ଟିମ ଇଣ୍ଡିଆ ୬ରୁ ୬ଥର ବିଜୟ ହାସଲ କରିଛି । ସେହିପରି ଆଫଗାନିସ୍ତାନ ୩ଟି ଖେଳି ସବୁ ମ୍ୟାଚରେ ପରାଜିତ ହୋଇଛି । ଅଷ୍ଟ୍ରେଲିଆ ଗୋଟିକରେ ବିଜୟ ହାସଲ କରିଥିବା ବେଳେ ୨ଥର ପରାଜିତ ହୋଇଛି ।
ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସୁପର ଓଭରରେ ୨ଟି ମ୍ୟାଚ ଖେଳି ସବୁଥିରେ ବିଜୟୀ ହୋଇଛନ୍ତି । ଆୟର୍ଲାଣ୍ଡ ଗୋଟିଏ ମ୍ୟାଚ ଖେଳି ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡ ସର୍ବାଧିକ ୯ଥର ସୁପର ଓଭର ମ୍ୟାଚ ଖେଳିଛି । ୨ ଥର ବିଜୟ ହାସଲ କରିଥିବା ବେଳେ ୭ରେ ପରାଜିତ ହୋଇଛି । ପାକିସ୍ତାନ ୪ର ଗୋଟିକରେ ବିଜୟୀ ହୋଇଛି । ଶ୍ରୀଲଙ୍କା ୬ ମୁକାବିଲାରୁ ୨ରେ ବିଜୟ ଓ ୪ରେ ପରାଜିତ ହୋଇଛି । ଜିମ୍ବାୱେ ସୁପର ଓଭରରେ ୨ଟି ଯାକ ମ୍ୟାଚ ହାରିଥିବା ବେଳେ ୱେଷ୍ଟଇଣ୍ଡିଜ ୩ଟି ମ୍ୟାଚ ଖେଳି ଗୋଟିକରେ ପରାଜିତ ହୋଇଛି ।