Latest Odisha News

ଟ୍ରାନ୍ସଜେଣ୍ଡରଙ୍କୁ ହତ୍ୟା ଘଟଣା; ଏନକାଉଣ୍ଟରରେ ମୁଖ୍ୟ ସନ୍ଦିଗ୍ଧ ଆହତ

ଭୁବନେଶ୍ୱର: ଫେବୃଆରୀ ୧ ତାରିଖରେ ପୁରୀର ପିପିଲିରେ ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ହତ୍ୟା କରାଯାଇଥିଲା। ଯେଉଁ ଘଟଣାର ମୁଖ୍ୟ ସନ୍ଦିଗ୍ଧ ବୁଧବାର ରାତିରେ ଏକ ଏନକାଉଣ୍ଟରରେ ଆହତ ହୋଇଛି।

ସୂଚନା ଅନୁଯାୟୀ, ଜିଲ୍ଲାର ଗଦାରୁପାସା ନିବାସୀ ୨୫ ବର୍ଷୀୟ କୃଷ୍ଣ କାଣ୍ଡି ନାମକ ଅଭିଯୁକ୍ତଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା। ତାଙ୍କୁ ତୁରନ୍ତ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି। ଏନେଇ ପୁରୀ ଏସ୍ପି ପ୍ରତୀକ ସିଂହ କହିଛନ୍ତି ଯେ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ କାଣ୍ଡିକୁ ଟ୍ରାକ୍ କରୁଥିଲା। ଅଭିଯୁକ୍ତ ରାତି ପ୍ରାୟ ୮ଟାରେ ପିପିଲି-ପୁରୀ ବାଇପାସ୍ ନିକଟରେ ପୋଲିସକୁ ଦେଖି ନିଜ ମୋଟରସାଇକେଲ୍ ନେଇ ଖସିଯିବାକୁ ଚେଷ୍ଟା କରିଥିଲା। ପିଛା କରିବା ସମୟରେ ସେ ପୋଲିସ କର୍ମଚାରୀଙ୍କ ଉପରେ ଗୁଳି ଚଳାଇଥିଲା। ଯାହାର ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ଗୁଳି ତା’ ଗୋଡ଼ରେ ବାଜିଥିଲା ବେଳେ ଏହି ଘଟଣାରେ କୌଣସି ପୋଲିସ ଆହତ ହୋଇନଥିଲେ।

ତେବେ ତା’ ଠାରୁ ଏକ ବେଆଇନ ବନ୍ଧୁକ ମଧ୍ୟ ଉଦ୍ଧାର କରାଯାଇଛି। ଅପରପକ୍ଷରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାକୁ ଗିରଫ କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.