Latest Odisha News

BREAKING NEWS

Subhadra Money: ଏହି ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି

ଭୁବନେଶ୍ବର:ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି। ସୁଭଦ୍ରା ଟଙ୍କା ମାର୍ଚ୍ଚ ୮ରେ ମିଳିବ । ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ପାଇବେ ୫ ହଜାର ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ୧କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଯିବ ମୋଟ ୫ ହଜାର କୋଟି ଟଙ୍କା ।

ଏହା ପୂର୍ବରୁ ସୁଭଦ୍ରା ଯୋଜନାରେ ହିତାଧିକାରୀମାନେ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ସହାୟତା ରାଶି ପାଇଛନ୍ତି। ସୁଭଦ୍ରା ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି।

ଗତ ଜାନୁୟାରୀ ୨୨ ରେ ନୂତନ ହିତାଧିକାରୀ ଓ ବାଦ ପଡିଥିବା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା ।

Leave A Reply

Your email address will not be published.