Latest Odisha News

BREAKING NEWS

Maoists Surrender: ଅସ୍ତ୍ରଶସ୍ତ୍ର ସହ ୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ଆଜି ୨୨ ଜଣ ହାଡକୋର ମାଓବାଦୀମାନେ ନିଜର ବିପୁଳ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୦ ଜଣ ମହିଳା ମାଓବାଦୀ ରହିଥିବା ସୂଚନା ମିଳିଛି ।

ଛତିଶଗଡ ସରକାରଙ୍କ ପୁନର୍ବାସ ନୀତିରେ ଅନୁପ୍ରାଣିତ ହୋଇ ଏମାନେ ନିଜର ଅସ୍ତ୍ରଶସ୍ତ୍ର ସହ ସୁକୁମା ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି ।

ଆତ୍ମସମର୍ପଣ ପରେ ସମସ୍ତଙ୍କୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.