Latest Odisha News

BREAKING NEWS

ଚିକିଟି ପିଇଓ ବିଷ ପିଇବା ମାମଲା; ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚିକିଟିର ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବିରୁଦ୍ଧରେ ଜଣେ ମହିଳା ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଥିଲା। ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୁନାପୁର ବେଳାଭୂମି ମହୋତ୍ସବ ସମୟରେ ଅତିରିକ୍ତ ତହସିଲଦାର ପୋଲିସ ନିକଟରେ ଏହି ଅଭିଯୋଗ କରିଥିଲେ। ପରେ ପୋଲିସ ପିଇଓଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା। ଯାହାପରେ ପିଇଓ ଜଣକ ବିଷ ପିଇ ଦେଇଥିଲେ ଓ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁରର ଏମକେସିଜି ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୧୩ ଦିନ ଧରି ହସ୍ପିଟାଲରେ ଜୀବନ ସହିତ ସଂଘର୍ଷ କରିବା ପରେ ପିଇଓଙ୍କ ମୃତ୍ୟୁ ଘଟିଥିବା ନେଇ ଏମକେସିଜିଏମସିଏଚ ର ଅଧୀକ୍ଷକ ଡାକ୍ତର ଦୁର୍ଗା ମାଧବ ସତପଥୀ କହିଛନ୍ତି।

ଏନେଇ ପିଇଓଙ୍କ ପତ୍ନୀ ମହିଳା ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିସହିତ ଦାବି କରିଥିଲେ ଯେ ତାଙ୍କ ସ୍ୱାମୀ ଅଭିଯୋଗ ନ ସହି ପାରି ବିଷ ପିଇ ଦେଇଥିଲେ। ଅପରପକ୍ଷରେ ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲୁ ରହିଥିବା ନେଇ ପୋଲିସ ସୂଚନା ଦେଇଛି।

 

Leave A Reply

Your email address will not be published.