ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଦୈନିକ ଛାତ୍ରଛାତ୍ରୀମାନଙ୍କୁ ନବା ଆଣିବା କରୁଥିବା ବସକୁ ନେଇ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍ ସାର୍ଟିଫିକେଟ । ଅତ୍ୟନ୍ତ ବିପଜ୍ଜ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ସେଥିମଧ୍ୟରୁ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିନା ଫିଟନେସରେ ଗଡୁଛି ୧୭ଟି ବସ୍ ।
ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ତୁରନ୍ତ ଗାଡିର ଫିଟନେସ କରନ୍ତୁ । ନ ହେଲେ ବାତିଲ ହେବ RC । ଯାତ୍ରୀବାହୀ ବସ୍ ହେଉ କି ସେ ସ୍କୁଲ ବସ୍, ଯାହାର ବି ଫିଟନେସ ସାର୍ଟିଫିକେଟ ନାହିଁ, ତା ଉପରେ ନିଆଯିବ କଡା ଆକ୍ସନ । କିଛି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ବାରମ୍ବାର ଅମାନିଆ ହେଲେ, RC ବାତିଲ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ପୂର୍ବରୁ ଆଖି ଦେଖି ଫିଟନେସ ଦିଆଯାଉଥିଲା । ଏବେ ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର (ATS) ରିଆରେ ଫିଟନେସ ଦିଆଯିବ । ଖୁବଶୀଘ୍ର ATS ନିର୍ମାଣ ସରିବ । ସ୍କୁଲ ବସର ଫିଟନେସ ଓ PUCC ଆବଶ୍ୟକ ।
ଅନ୍ୟପଟେ, ଓଡ଼ିଶାରେ କେବଳ କଟକରେ ଗୋଟିଏ ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର (ଏଟିଏସ୍) ଉପଲବ୍ଧ ଅଛି । କିନ୍ତୁ, ଏଠାରେ ଗାଡ଼ି ଫିଟନେସ୍ ୩୯ଟି ମାପଦଣ୍ଡରୁ ମାତ୍ର ୭ଟି ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ ହେଉଛି । ଅନ୍ୟ ୩୨ଟି ପୂର୍ବଭଳି ଏମ୍ଭିଆଇମାନେ ମାନବକୃତ ଭାବେ ଯାଞ୍ଚ ଚାଲିଛି । ସେଥିପାଇଁ ଏଟିଏସ୍ରେ ଫିଟନେସ୍ ଯାଞ୍ଚ ନେଇ କେଁ ଲାଗି ରହିଛି ।