Latest Odisha News

BREAKING NEWS

ସାଢ଼େ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ରାଉରକେଲା: ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ରାଉରକେଲା ପୋକ୍ସୋ କୋର୍ଟ । କୋର୍ଟର ବିଚାରପତି ପି. ସୂର୍ଯ୍ୟା ରାଓ ଅଭିଯୁକ୍ତ କିଶୋର ତିର୍କିକୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୧୫ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ, ୧୮ଟି ଦସ୍ତାବିଜ୍‌ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ବିଚାରପତି ଏହି ରାୟ ଶୁଣାଇଛନ୍ତି । ସ୍ବତନ୍ତ୍ର ସରକାରୀ ଓକିଲ ପ୍ରମୋଦ କୁମାର ଦେବତା ମାମଲା ପରିଚାଳନା କରୁଥିଲେ ।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୯ ତାରିଖରେ ସାଢ଼େ ୬ ବର୍ଷର ଶିଶୁକନ୍ୟା ଘରେ ଏକାକୀ ଖେଳୁଥିବା ସମୟରେ, ଅଭିଯୁକ୍ତ କିଶୋର ଶିଶୁକନ୍ୟାକୁ ଏକାକୀ ଦେଖି ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ଶିଶୁକନ୍ୟାଟି କଷ୍ଟରେ ଛଟପଟ ହେଉଥିବାର ପରିବାର ଲୋକେ ଦେଖି ଏ ସଂକ୍ରାନ୍ତରେ ବୀରମିତ୍ରପୁର ଥାନାରେ ଲିଖିତ ଏତଲା‌ ଦେଇଥିଲେ ।

ଅଭିଯୋଗ ଅନୁସାରେ, ପୋଲିସ ଫେରାର ଅଭିଯୁକ୍ତ କିଶୋରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.