Latest Odisha News

ଓଡ଼ିଶାକୁ ଚିନ୍ତା ବାଲ୍ୟ ବିବାହ, ୧୨ ଜିଲ୍ଲାରେ ଅଧିକ…

ଭୁବନେଶ୍ୱର: ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୨ଟି ଜିଲ୍ଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ ଅଧିକ ବୋଲି ଶନିବାର ରାଜ୍ୟ ବିଧାନସଭାକୁ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ନବରଙ୍ଗପୁର (୩୯.୪%), ନୟାଗଡ଼ (୩୫.୭%), କୋରାପୁଟ (୩୫.୫%), ରାୟଗଡ଼ା (୩୩.୨%) ଏବଂ ମାଲକାନଗିରି (୩୨.୪%) ଭଳି ଜିଲ୍ଲାରେ ବାଲ୍ୟବିବାହ ହାର ଚିନ୍ତାଜନକ ଭାବରେ ଅଧିକ ରହିଛି।

ସେହିପରି ମୟୂରଭଞ୍ଜ (୩୧.୩%), କେନ୍ଦୁଝର (୨୯%), ଗଜପତି (୨୮.୧%), ବାଲେଶ୍ୱର (୨୬.୪%), ବୌଦ୍ଧ (୨୫.୩%) ଏବଂ ଅନୁଗୁଳ (୨୫%) ଭଳି ଜିଲ୍ଲା ମଧ୍ୟ ଜାତୀୟ ହାର ତୁଳନାରେ ଅଧିକ ବାଲ୍ୟବିବାହ ହାର ରେକର୍ଡ କରୁଛି।

Leave A Reply

Your email address will not be published.