Latest Odisha News

BREAKING NEWS

ରାଜ୍ୟରେ ମହିଳାଙ୍କ ସୁରକ୍ଷା ସ୍ଥିତି ଉଦବେଗଜନକ; ଗତ ବର୍ଷ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଏତିକି…

ଭୁବନେଶ୍ବର: ରାଜ୍ୟରେ ମହିଳା ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି । ଗତ ୨୦୨୫ ବର୍ଷକ ମଧ୍ୟରେ ରାଜ୍ୟରେ ୧୩ ହଜାର ୨୬୨ ଯୁବତୀ ଓ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ୨୯୯୬ ଜଣ ଦୁଷ୍କର୍ମ, ୧୧୫ଜଣ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଛନ୍ତି ବୋଲି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ରଖିଛନ୍ତି ।

ଖାଲି ସେତିକି ନୁହଁ ୭ ହଜାର ୩୮୨ ଜଣ ଅସଦାଚରଣର ଶିକାର ହୋଇଛନ୍ତି । ୭୦୨ ଜଣ ଯୁବତୀ ଓ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା ମାମଲା ହୋଇଛି । ୭୫୭ ଜଣଙ୍କୁ ନିର୍ଯାତନା ଦିଆଯାଇଛି । ୧୨୭ ଜଣଙ୍କ ଅଶ୍ଳୀଳଫଟୋ ଓ ଭିଡିଓ କରି ନିର୍ଯାତନା ଦିଆଯାଇଛି । ୭୩୭୮ଜଣଙ୍କୁ ଅପହରଣ କରାଯାଇଛି ।

୧୧୧ ମାନବ ଚାଲାଣ ରିପୋର୍ଟ ହୋଇଛି । ଯୌତୁକ ପାଇଁ ୧୪୫ଜଣଙ୍କ ମହିଳାଙ୍କୁ ହତ୍ୟା, ୭୭ଜଣ ଆତ୍ମହତ୍ୟା କରିଛନ୍ତି । ସର୍ବସାଧାରଣସ୍ଥଳରେ ୧୪୪୮ ମହିଳା ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ୪୩୬୧ ଜଣ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି । ଜଣେ ମହିଳାଙ୍କୁ ଏସିଡ୍‌ ମାଡ଼ କରାଯାଇଛି । ଏହାଛଡ଼ା ଅନ୍ୟକାରଣ ପାଇଁ ୫୪୧୯ଜଣଙ୍କୁ ନିର୍ଯାତନା ଦିଆଯାଇଛି ।

Leave A Reply

Your email address will not be published.