Latest Odisha News

BREAKING NEWS

Epstein Files: ଏପ୍‌ଷ୍ଟାଇନ୍‌ଙ୍କୁ ନେଇ ସତ ମାନିଲେ ବିଲ୍ ଗେଟ୍ସ, କହିଲେ ମୋର ଭୁଲ ଥିଲା…

ନୂଆଦିଲ୍ଲୀ: ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଫ୍ରି ଏପ୍‌ଷ୍ଟାଇନ୍‌ଙ୍କ ସହ ନିଜ ସମ୍ପର୍କକୁ ନେଇ ବିଲ୍ ଗେଟ୍ସ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି। ଗେଟ୍ସ ଫାଉଣ୍ଡେସନ୍‌ର ଏକ କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଟେକ ଟାଇକୁନ୍ ଏହା ସ୍ୱୀକାର କରିଛନ୍ତି ଯେ,  ଏପ୍‌ଷ୍ଟାଇନ୍‌ଙ୍କୁ ଭେଟିବା ତାଙ୍କର ଏକ ଭୁଲ ଥିଲା।

ତେବେ ଏହି କାର୍ଯ୍ୟକ୍ରମରେ ସେ ତାଙ୍କ ଫାଉଣ୍ଡେସନ୍‌ର ସଦସ୍ୟମାନଙ୍କୁ କ୍ଷମା ମାଗିଥିଲେ। ସେ ଏପ୍‌ଷ୍ଟାଇନ୍‌ଙ୍କ ସହ କୌଣସି ଅପରାଧିକ କାର୍ଯ୍ୟକଳାପରେ ସାମିଲ ନଥିବା ମଧ୍ୟ କହିଛନ୍ତି।

ଗତ ବର୍ଷ ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ପ୍ରକାଶିତ ଦଲିଲ୍ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା। ଏହି ଦଲିଲ୍‌ଗୁଡ଼ିକରେ ଇମେଲ୍, ସାକ୍ଷାତକାର ଟ୍ରାନ୍ସକ୍ରିପ୍ଟ, ଫଟୋଗ୍ରାଫ୍, କଲ୍ ଲଗ୍ ଇତ୍ୟାଦି ସାମ୍ନାକୁ ଆସିଥିଲା। ଆଉ ଏଥିରେ ବିଲ୍ ଗେଟ୍ସ ସେହି ବ୍ୟକ୍ତିମାନଙ୍କ ମଧ୍ୟରେ ସାମିଲ ଥିଲେ ଯାହାଙ୍କର ଜେଫ୍ରି ଏପ୍‌ଷ୍ଟାଇନ୍‌ଙ୍କ ସହ ସମ୍ପର୍କ ଥିବା ନେଇ ପ୍ରକାଶ ପାଇଥିଲା। ଏହି ଦଲିଲ୍‌କୁ ଏପ୍‌ଷ୍ଟାଇନ୍ ଫାଇଲ୍ସ ଭାବରେ ନାମିତ କରାଯାଇଥିଲା।

ବିଲ୍ ଗେଟ୍ସ କହିଥିଲେ ଯେ ନିକଟରେ ପ୍ରକାଶ ପାଇଥିବା ଏପଷ୍ଟାଇନ୍ ଫାଇଲ୍ସରେ ଯେଉଁ ମହିଳାଙ୍କ ସହିତ ତାଙ୍କୁ ଦର୍ଶାଯାଇଛି ସେହି ଫଟୋ ଏପଷ୍ଟାଇନ୍ ତାଙ୍କ ସହଯୋଗୀ ମାନଙ୍କ ସହିତ ସାକ୍ଷାତ ପରେ ଉଠାଇଥିଲେ। ସେ କେବେ ମଧ୍ୟ ସେମାନଙ୍କ ସହିତ ସମୟ ବିତାଇ ନଥିବା ସ୍ପଷ୍ଟ ଭାବରେ କହିଛନ୍ତି।

ଏପଷ୍ଟାଇନ୍ ସହିତ ସମୟ ବିତାଇବା ଏବଂ ଯୌନ ଅପରାଧୀଙ୍କ ସହିତ ସାକ୍ଷାତରେ ଗେଟ୍ସ ଫାଉଣ୍ଡେସନ୍ ଅଧିକାରୀମାନଙ୍କୁ ସାମିଲ କରିବା ଏକ ଗୁରୁତର ଭୁଲ ଥିଲା ବୋଲି ବିଲ କହିଛନ୍ତି। ତେବେ ସେ ୨୦୧୧ ମସିହାରେ ଏପଷ୍ଟାଇନ୍ ଙ୍କୁ  ଭେଟିଥିଲେ। ପୂର୍ବରୁ ୨୦୦୮ ମସିହାରେ ଜେଫ୍ରି ଏପଷ୍ଟାଇନ୍ ଜଣେ ନାବାଳିକାଙ୍କୁ ବେଶ୍ୟାବୃତ୍ତି ପାଇଁ ପ୍ରବର୍ତ୍ତାଇ ଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଦଣ୍ଡିତ ହୋଇଥିଲେ।

 

Leave A Reply

Your email address will not be published.