Latest Odisha News

BREAKING NEWS

୨୩ ଗ୍ରାମ ଧଳାଜହର ଜବତ; ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରୁ ଅଭିଯୁକ୍ତ ଗିରଫ

ଜଗତସିଂହପୁର:ବ୍ରାଉନସୁଗାର ବ୍ୟବସାୟୀ ଗିରଫ । ଅଭିଯୁକ୍ତଠାରୁ ୨୩ ଗ୍ରାମର ଧଳାଜହର ଜବତ । ଅଭିଯୁକ୍ତ ହେଲେ ମଦନ ମୋହନ ସିଂ (୩୪)। ଜବତ ହେରୋଇନର ମୂଲ୍ୟ ୨,୩୦,୦୦୦ ଟଙ୍କା ହେବ ବୋଲି ସୂଚନା ରହିଛି ।

ଖବରମୁତାବକ, ଜଗତସିଂହପୁର ଥାନା ଅନ୍ତର୍ଗତ ଲାଲାସାହି ଗ୍ରାମର ଉମେଶ ସିଂଙ୍କ ପୁଅ ମଦନ ମୋହନ ସିଂ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର କରୁଥିଲେ । ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତଙ୍କୁ ପିଛା କରିଥିଲେ । ତେବେ ଅଭିଯୁକ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସର ମଧ୍ୟରେ ଆତ୍ମଗୋପନ ଉଦ୍ଦେଶ୍ଯରେ ପସିଯାଇଥିଲେ। ସେଠାରୁ ଅଭିଯୁକ୍ତ ଜଣଙ୍କୁ ଧରିଥିଲେ ଅବକାରୀ ବିଭାଗ ।

ତେବେ ଯାଞ୍ଚ ପରେ ଅଭିଯୁକ୍ତ ନିକଟରୁ ୨୩ ଗ୍ରାମର ବେଆଇନ ହେରୋଇନ ଜବତ ହୋଇଥିଲା । ଗିରଫ ଅଭିଯୁକ୍ତକୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Leave A Reply

Your email address will not be published.