Latest Odisha News

BREAKING NEWS

WhatsApp: ହ୍ୱାଟସ୍‌ଆପ୍‌ରେ ଆସୁଛି ଏହି ‘ସସପେନ୍ସ’ ଫିଚର

ନୂଆଦିଲ୍ଲୀ: ଆପଣ କେବେ ଏମିତି ପରିସ୍ଥିତିରେ ପଡ଼ିଛନ୍ତି କି, ଯେଉଁଠି ଆପଣ କୌଣସି ଫିଲ୍ମ ଦେଖିବାକୁ ଯୋଜନା କରୁଛନ୍ତି କିନ୍ତୁ ଆପଣଙ୍କ ସାଙ୍ଗ ହ୍ୱାଟସ୍‌ଆପ୍ ଗ୍ରୁପ୍‌ରେ ସେହି ଫିଲ୍ମର କାହାଣୀ କହି ସସ୍ପେନ୍ସ ଉପରୁ ପରଦା ହଟେଇ ଦେଉଛନ୍ତି? କିମ୍ବା ଲାଇଭ୍ ମ୍ୟାଚ୍ ଚାଲିଥିବା ବେଳେ କେହି ଜଣେ ସସପେନ୍ସ ଖୋଲି ଦେଉଛନ୍ତି ? ଏବେ ଏହି ସମସ୍ୟାର ସମାଧାନ ନେଇ ଆସୁଛି ହ୍ୱାଟସ୍‌ଆପ୍। ନିଜ ୟୁଜର୍ସଙ୍କ ପାଇଁ ଏକ ଦମଦାର୍ ‘ସ୍ପଏଲର’ (Spoiler) ଫିଚର ଆଣିବାକୁ ପ୍ରସ୍ତୁତି ଚଳାଇଛି ଏହି ଇନଷ୍ଟାଣ୍ଟ ମେସେଜିଂ ଆପ୍ । କ’ଣ ଏହି ଫିଚର ଏବଂ ଏହା କେମିତି କାମ କରିବ, ଆସନ୍ତୁ ଜାଣିବା ଏହି ରିପୋର୍ଟରେ।
ହ୍ୱାଟସ୍‌ଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଗ୍ରୁପ୍ ଚାଟ୍‌ରେ ଆଉ ସସପେନ୍ସ ଜଣାପଡ଼ିବ ନାହିଁ । ହ୍ୱାଟସ୍‌ଆପ୍ ଏକ ନୂଆ ଅପଡେଟ୍ ଆଣୁଛି, ଯେଉଁଥିରେ ଆପଣ ନିଜ ମେସେଜ୍‌ର କିଛି ଅଂଶକୁ ଲୁଚାଇ ରଖିପାରିବେ। ଏହି ଫିଚରର ନାମ ରଖାଯାଇଛି ‘ସ୍ପଏଲର’।

କେମିତି କାମ କରିବ ଏହି ‘ସ୍ପଏଲର’ ଫିଚର ?
ଟେକ୍ସଟ୍ ଉପରେ ପରସ୍ତ: ଆପଣ ପଠାଉଥିବା ଲେଖା ବା ଟେକ୍ସଟ୍ ଉପରେ ଏକ ଧୂସର ବା ଗ୍ରେ (Grey) ରଙ୍ଗର ପରସ୍ତ ଚଢ଼ିଯିବ।
ଟ୍ୟାପ୍ କଲେ ଖୋଲିବ: ସାମ୍ନା ବ୍ୟକ୍ତି ସେହି ମେସେଜ୍ ଉପରେ କ୍ଲିକ୍ କଲେ ହିଁ ତାହା ଦେଖାଯିବ। ଅର୍ଥାତ୍ ଯିଏ ସସପେନ୍ସ ଜାଣିବାକୁ ଚାହୁଁନାହାନ୍ତି, ସେମାନେ ଏହା ଜାଣିପାରିବେ ନାହିଁ ।
ଟେକ୍ସଟ୍ ଫର୍ମାଟିଂ: ବୋଲ୍ଡ, ଇଟାଲିକ୍ ପରି ଏବେ ‘ସ୍ପଏଲର’ ବିକଳ୍ପ ମଧ୍ୟ ମିଳିବ। ଏପରିକି ଡବଲ୍ ଭର୍ଟିକାଲ୍ ବାର୍ (||) ବ୍ୟବହାର କରି ମଧ୍ୟ ଆପଣ ଏହାକୁ ସିଧାସଳଖ ଲାଗୁ କରିପାରିବେ ।

ରିପୋର୍ଟ ଅନୁସାରେ, ଏହି ଫିଚର ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ iOS ର ବେଟା ଭର୍ଜନରେ ଦେଖାଯିବ। ୱାବେଟାଇନଫୋ (WABetaInfo) ର ସୂଚନା ମୁତାବକ, କମ୍ପାନୀ ଏହାକୁ ଖୁବଶୀଘ୍ର ସମସ୍ତଙ୍କ ପାଇଁ ଲଞ୍ଚ୍ କରିବାକୁ ଯାଉଛି। ତେବେ ବର୍ତ୍ତମାନ ପାଇଁ ଏହା କେବଳ ଟେକ୍ସଟ୍ ମେସେଜ୍ ପାଇଁ ଉପଲବ୍ଧ ହେବ, ଭିଡିଓ କିମ୍ବା ଫଟୋ ପାଇଁ ଏହା କାର୍ଯ୍ୟକାରୀ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ତେବେ ହ୍ୱାଟସ୍‌ଆପ୍‌ର ଏହି ନୂଆ ଫିଚର ଗ୍ରୁପ୍ ଆଲୋଚନାକୁ ଆହୁରି ମଜାଦାର କରିବ ବୋଲି ଆଶା କରାଯାଉଛି। ସିନେମା ହେଉ କି ସ୍ପୋର୍ଟସ୍, ଏବେ ଆପଣ ନିଜ ଇଚ୍ଛା ଅନୁସାରେ ସସପେନ୍ସ ଉପରୁ ପରଦା ହଟେଇ ପାରିବେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ

Leave A Reply

Your email address will not be published.