Latest Odisha News

BREAKING NEWS

ମହିଳା ଦିନିକିଆ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର କ୍ଲିନ ସୁଇପ, ଶତକ ସହ ବିଦାୟ ନେଲେ ହୀଲେ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ସମସ୍ତ ୩ଟି ଯାକ ମ୍ୟାଚ ଜିତି କ୍ଲିନ ସୁଇପ କରିଛି । କ୍ୟାରିୟରର ଶେଷ ମ୍ୟାଚ ଖେଳୁଥିବା ଅଷ୍ଟ୍ରେଲିଆର ଏଲିସ ହୀଲେ ଚମତ୍କାର ଶତକ ମାରି ସମ୍ପୂର୍ଣ୍ଣ ଷ୍ଟାଇଲରେ କ୍ରିକେଟକୁ ଅଲବିଦା କହିଛନ୍ତି । ମାର୍ଚ୍ଚ ୧ରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୪୦୯ ରନର ବିଶାଳ ସ୍କୋର କରିଥିଲା । ଅଷ୍ଟ୍ରେଲିଆର ଅଧିନାୟିକା ଓ ୱିକେଟକିପର ହୀଲେ ୧୫୮ ରନ କରିଥିଲେ ।

ସେ ମାତ୍ର ୯୮ ବଲରେ ୨୭ ଚୌକା ଓ ୨ ଛକା ସହାୟତାରେ ଏହି ବିସ୍ଫୋରକ ଇନିଂସ ଖେଳିଥିଲେ । ବେଥ ମୂନୀ ୧୦୬ ରନ କରିଥିଲେ । ଭାରତ ୪୧୦ ରନର ଲକ୍ଷ୍ୟକୁ ପିଛା କରି ୨୨୪ରେ ଅଲଆଉଟ ହୋଇ ଯାଇଥିଲା । ଭାରତ ପକ୍ଷରୁ ଜେମିମା ରୋଡ୍ରିଗ୍ୟୁଜ ୪୨ ଓ ସ୍ନେହ ରାଣା ୪୪ରନ କରି କିଛିଟା ସଂଘର୍ଷ କରିଥିଲେ । ଅଷ୍ଟ୍ରେଲିଆର ଆଲାନ କିଙ୍ଗ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଆଲୀସା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.