କରାଚୀ: ଟି୨୦ ବିଶ୍ୱକପରେ ପାକିସ୍ତାନ ସୁପରଏଇଟରୁ ବିଦାୟ ନେଇଛି । ରିପୋର୍ଟ ମୁତାବକ ଖେଳାଳିଙ୍କ ପ୍ରଦର୍ଶନ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ କ୍ଷୁବ୍ଧ ଅଛି । ଦଳର ପ୍ରତ୍ୟେକ ଖେଳାଳିଙ୍କ ଉପରେ ୧୬.୨୮ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ବୋର୍ଡ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏଥର କେବଳ ଭଲ ପ୍ରଦର୍ଶନ କଲେ ଆର୍ଥୀକ ଫାଇଦା ପ୍ରଦାନ କରାଯିବ । ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ପିସିବି ରାଗି ଯାଇ ଏହି ପଦକ୍ଷେପ ନେଇଛି । ଯଦି ଭଲ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଉଛି ତେବେ ଖରାପ ପ୍ରଦର୍ଶନ ପାଇଁ କାହିଁକି ଦଣ୍ଡିତ କରାଯିବନି ବୋଲି ପିସିବି ପ୍ରଶ୍ନ କରିଛି ।
ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ନେଦରଲାଣ୍ଡସ ବିପକ୍ଷରେ ଅଳ୍ପକେ ପରାଜୟରୁ ବର୍ତି ଯାଇଥିଲା । ଏହା ପରେ ଆମେରିକା ଓ ନାମ୍ବିଆକୁ ହରାଇଥିବା ବେଳେ ଭାରତଠାରୁ ପରାଜିତ ହୋଇଥିଲା । ସୁପର ଏଇଟରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଇଂଲଣ୍ଡଠାରୁ ପାକିସ୍ତାନ ହାରିଥିଲା । ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ବିଜୟ ହାସଲ କରିଥିଲେ ମଧ୍ୟ ରନରେଟ ଯୋଗୁ ସେମିରେ ପ୍ରବେଶ କରିପାରି ନ ଥିଲା ।