Latest Odisha News

BREAKING NEWS

SIMBox: ୧୨ଟି ସିମ୍ ବକ୍ସ ଜବତ;୨ କେରଳ ଯୁବକଙ୍କୁ ଧରିଲା ସ୍ପେଶାଲ ସ୍କ୍ବାଡ୍

ଭୁବନେଶ୍ବର:ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ ହୋଇଛି । ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି ।

ଆସାମରୁ ସିମ୍‌ ଆଣିଥିଲେ ଯୁବକମାନେ । ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ୍ କଲ୍‌ରେ ପରିଣତ କରୁଥିଲେ ।

ଓଡ଼ିଶାରେ ଫେକ ପରିଚୟ ପତ୍ର ଦେଇ ହଷ୍ଟେଲ ରେ ରୁମ ଭଡାକୁ ନେଇଥିଲେ । ପୋଲିସକୁ ଚକମା ଦେଇ ଦୀର୍ଘ ଦିନ ହେବ ଚାଲିଥିଲା ଏହିଭଳି ରାକେଟ । ଖବର ପାଇ ସ୍ପେଶାଲ ସ୍କୁଆର୍ଡ, ସାଇବର ଥାନା ପୋଲିସ, ସାଇଣ୍ଟଫିକ ଟିମ ଏବଂ ଚନ୍ଦ୍ରଶେଖରପୁର ଥାନା ପୋଲିସ ଚଢଉ କରିଥିଲେ । ଅଟକ ଯୁବକ ହେଲେ ଉମର ଏମ ଏବଂ ସିଆକୁଲ ଖାନ ।

ସିମ୍ ବକ୍ସ ଜରିଆରେ ଆତଙ୍କୀ କାର୍ଯ୍ୟକଳାପ, ସାଇବର ଠକେଇ, ଏକ୍ସଟରସନ୍‍, ଧମକପୂର୍ଣ୍ଣ କଲ୍ କରାଯାଏ। ପୋଲିସ କମିଶନରଙ୍କ ଏଇ ସୂଚନା ପରେ ଆତଙ୍କୀ ଲିଙ୍କ ନେଇ ସନ୍ଦେହ ବଢୁଛି ।

ସିମ ବକ୍ସ ଏପରି ଏକ ଉପକରଣ ,ଯାହା ମଧ୍ୟରେ ଏକାସାଙ୍ଗରେ ବହୁତ ଗୁଡ଼ିଏ ସିମ୍ କାର୍ଡ ରଖାଯାଇପାରେ। ସିମ୍ ବକ୍ସ ଇଣ୍ଟରନେଟ୍ ମାଧ୍ୟମରେ ଆସୁଥିବା ଆନ୍ତର୍ଜାତୀୟ କଲ୍‌କୁ ସ୍ଥାନୀୟ ନମ୍ବର କଲ୍ ଭାବରେ ପରିବର୍ତ୍ତିତ କରେ। ଯାହାକୁ ଚିହ୍ନିବା କଷ୍ଟକର ହୁଏ। ସାଇବର ଅପରାଧୀମାନେ ଏହା ଦ୍ବାରା ଲୋକଙ୍କୁ ଫେକ୍ କଲ୍ ବା ଏସଏମଏସ ପଠାଇ ଟଙ୍କା ଲୁଟ୍ କରନ୍ତି। ଏହା ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ହୁଏ ।

Leave A Reply

Your email address will not be published.