Latest Odisha News

BREAKING NEWS

ଗଞ୍ଜେଇ ମାଫିଆଙ୍କୁ ପିଛା କଲାବେଳେ ଦୁଇ ପୋଲିସ କର୍ମଚାରୀ ଗୁରୁତର

କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ପିଛା କଲାବେଳେ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁଇ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ପୋଲିସ କର୍ମଚାରୀଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉକି, ରାମଗିରି ଫାଣ୍ଡି ଦେଇ ତିନି ଜଣ ଗଞ୍ଜେଇ ମାଫିଆ ଗୋଟିଏ ବାଇକରେ ଯାଉଥିବା ପୋଲିସ ଖବର ପାଇଥିଲା। ମାଫିଆଙ୍କୁ କାବୁ କରିବା ପାଇଁ ରାମଗିରି ପୋଲିସ ସେମାନଙ୍କର ପିଛା କରିଥିଲା । ରାମଗିରି ଫାଣ୍ଡି ଏଏସଆଇ ବିଷ୍ଣୁ ମାଡକାମୀ ଏବଂ ଡ୍ରାଇଭର ଡମ୍ବରୁ ଚାଲାଣ ଦୁଇଟି ପୃଥକ ବାଇକରେ ମାଫିଆଙ୍କୁ ପିଛା କରୁଥିଲେ । ଧଳପୁର ନିକଟରେ ଏକ ବୁଲାଣି ରାସ୍ତାରେ ରାମଗିରି ପୋଲିସର ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଦୁଇ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଯାଇଥିଲେ।

ଏହାପରେ ସ୍ଥାନୀୟ ଲୋକେ ଏବଂ ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଦୁଇ ଆହତ ପୋଲିସଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଦୁହିଁଙ୍କ ପ୍ରାଥମିକ ଚିକିତ୍ସା ସେଠାରେ ହୋଇଥିଲା କିନ୍ତୁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି ।

Comments are closed.