Latest Odisha News

BREAKING NEWS

ଟି୨୦ ବିଶ୍ୱକପ ସେମିଫାଇନାଲ: ଭାରତ କରିବ ପ୍ରଥମେ ବ୍ୟାଟିଂ

ମୁମ୍ବାଇ: ୱାଙ୍ଖେଡ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚର ବିଜେତା ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ଉନ୍ନୀତ ହୋଇଥିଲା । ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଟିମ ଇଣ୍ଡିଆରେ ଏହି ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶ ଅପରିବର୍ତିତ ରହିଛି । ୱାଙ୍ଖେଡ ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଭବିଷ୍ୟବାଣୀ କରାଯାଇଛି ।

ଭାରତ ପ୍ରଥମେ ବ୍ୟାଟିଂ କରି ନିଶ୍ଚିତ ଭାବେ ବଡ ସ୍କୋର କରି ବିପକ୍ଷ ଦଳକୁ ଚାପରେ ପକାଇବାକୁ ଚାହିଁବ । ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଓଭରାଲ ୧୬ ମ୍ୟାଚରୁ ଆଗ ବ୍ୟାଟିଂ କରିଥିବା ଟିମ ୮ ଓ ଚେଜ କରିବା ଟିମ ୮ ଥର ବିଜୟୀ ହୋଇଛନ୍ତି । ୱାଙ୍ଖେଡରେ ଉଭୟ ଦେଶ ମଧ୍ୟରେ ଓଭରାଲ ୨୯ ମ୍ୟାଚ ଖେଳାଯାଇଛି । ଭାରତ ୧୭ ଓ ଇଂଲଣ୍ଡ ୧୨ ମ୍ୟାଚରେ ବିଜୟୀ ହୋଇଛି । ଟି୨୦ ବିଶ୍ୱକପରେ ଖେଳାଯାଇଥିବା ୫ ମୁକାବିଲାରେ ଭାରତ ୩ ଓ ଇଂଲଣ୍ଡ ୨ରେ ବିଜୟୀ ହୋଇଛି ।

Leave A Reply

Your email address will not be published.