Latest Odisha News

BREAKING NEWS

+୨ ପିଲାଙ୍କ ଇମ୍ପ୍ରୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ, ଗୋଟିଏ ବିଷୟରେ ଉନ୍ନତି ପାଇଁ ପରୀକ୍ଷା ସୁଯୋଗ

ଭୁବନେଶ୍ୱର: +୨ ପିଲାଙ୍କ ଇମ୍ପ୍ର‌ୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ। ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କୁ ମାର୍କରେ ଉନ୍ନତି ପାଇଁ ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍‌ମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଏହାକୁ ଚଳିତବର୍ଷରୁ ଲାଗୁ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ସିଏଚ୍ଏସ୍ଇର ଅଧିକାରୀଙ୍କ କହିବା କଥା, ପରିଷଦର ଏକ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ମେଡିକାଲ ନାମଲେଖା ପରି ଜାତୀୟ ପ୍ରବେଶିକା ପରୀକ୍ଷା କିମ୍ବା ନାମଲେଖାରେ ଯୁକ୍ତ ଦୁଇରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ଆବଶ୍ୟକ ହେଉଥିବା ବେଳେ ଏଥିରୁ କମ୍ ମାର୍କ ଥିବା ପିଲା ଆବେଦନ କିମ୍ବା ନାମଲେଖାରେ ହଇରାଣ ହେଉଛନ୍ତି।

ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିଏଚ୍ଏସ୍ଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛ । ଛାତ୍ରଛାତ୍ରୀଙ୍କୁ ମାତ୍ର ଗୋଟିଏ ବିଷୟରେ ଉନ୍ନତି ପରୀକ୍ଷା ପାଇଁ ସୁଯୋଗ ମିଳିବ। ଯଦି ଫେଲ୍ ହୋଇଥିବେ ତାଙ୍କୁ ଏଥିରେ ସାମିଲ କରାଯିବ ନାହିଁ। ସେମାନେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ । ଏହି ଉନ୍ନତି ପରୀକ୍ଷାର ୬୦ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ।

Leave A Reply

Your email address will not be published.