Latest Odisha News

ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ

ନୂଆଦିଲ୍ଲୀ: ଭାରତକୁ ଟି୨୦ ବିଶ୍ୱକପ ଜିତାଇବାରେ ପେସ ବୋଲର ଯଶପ୍ରୀତ ବୁମରାହଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଏବେ ୨୦୨୭ ଦିନିକିଆ ବିଶ୍ୱକପ ଉପରେ ବିସିସିଆଇ ଫୋକସ କରିବା ଆରମ୍ଭ କରିଛି । ଟିମ ମ୍ୟାନେଜମେଂଟ ଓ ଚୟନକମିଟି ତାଙ୍କ ଉପରୁ ୱାର୍କଲୋକ କମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏବେ ତାଙ୍କୁ ଆନ୍ତର୍ଜାତୀୟ ଟି୨୦ରେ କମ ଦେଖିବାକୁ ମିଳିବ । ଆଗକୁ ହେବାକୁ ଥିବା ଦ୍ୱିପାକ୍ଷିକ ଟି୨୦ ସିରିଜରେ ବୁମରାହଙ୍କୁ ବିଶ୍ରାମ ଦିଆଯିବ । ସେ ଫିଟ ରହିଲେ ୨୦୨୭ରେ ପୂନର୍ବାର ଭାରତର ମୂଖ୍ୟ ଅସ୍ତ୍ର ହେବେ ।

୧୯ ନଭେମ୍ବର ୨୦୨୩ ପରଠାରୁ ବୁମରାହ ଦିନିକିଆ ମ୍ୟାଚ ଖେଳି ନାହାନ୍ତି । ଦିନିକିଆ ବିଶ୍ୱକପ ଫାଇନାଲରେ ସେ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡାରେ ସୂର୍ଯ୍ୟକୁମାର ଯାଦବ ଭାରତ ଦଳର ନେତୃତ୍ୱ ନେବେ । ଆଗକୁ ଭାରତ ୨୦୨୭ ଦିନିକିଆ ବିଶ୍ୱକପ, ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ, ୨୦୨୮ ଟି୨୦ ବିଶ୍ୱକପ, ଅଲିମ୍ପିକ୍ସ ଗେମ୍ସ ଓ ଚାମ୍ପିୟନ୍ସ ଟ୍ରଫି ଖେଳିବ । ଆଘାତ ସମସ୍ୟା ଯୋଗୁ ବୁମରାହ ପୂର୍ବରୁ କେତେଗୁଡିଏ ସିରିଜ ହାତଛଡା କରିଛନ୍ତି ।

Leave A Reply

Your email address will not be published.