Latest Odisha News

BREAKING NEWS

ପୋଲିସକୁ ବଡ଼ ସଫଳତା: ଚାଲାଣ ବେଳେ ୬୩୧ଟି କଇଁଛ ଜବତ, ୭ ବ୍ୟବସାୟୀ ଗିରଫ

ମାଲକାନଗିରି: ମାଲକାନଗିରି ବନ ବିଭାଗ ଅନ୍ତର୍ଗତ ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ନିକଟରୁ ୬୩୧ଟି କଇଁଛ ଜବତ କରିଛନ୍ତି। ଯାହାଙ୍କର ଓଜନ ପ୍ରାୟ ୨.୨ ଟନ୍ ରହିଛି। ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର ଗାଡ଼ିକୁ ଅଟକାଇ ଉକ୍ତ କଇଁଛ ଜବତ କରିଛି। ସେଥିମଧ୍ୟରୁ ୭୦ଟି କଇଁଛ ମୃତ ଥିବା ଜଣାପଡ଼ିଛି।

ଚୋରାଚାଲାଣରେ ସମ୍ପୃକ୍ତ ଥିବା ୭ ଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ଅଶ୍ୱିନୀ କୁମାର, ଆଦିତ୍ୟ କୁମାର, ବୀରା କାବାସୀ, ସୁକୁମାର ତରଫଦାର, ଲକ୍ସମନ ମାଡକାମୀଙ୍କ ସହ ପଡିଆ ଅଞ୍ଚଳର ଯୁଗଳ ଚନ୍ଦ୍ର ଦେ, ଏମ୍‌ଭି ୧୨୯ର ଗୋପାଲ ରାୟ। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇ ଥିବା ବନ ବିଭାଗ ସୂଚନା ଦିଆଯାଇଛି।

ଆନ୍ଧ୍ରରୁ ମାଲକାନଗିରି କଇଁଛ ଚାଲାଣ ହେଉଥିବା କୌଣସି ସୂତ୍ରରୁ ମୋଟୁ ବନ ବିଭାଗ ଖବର ପାଇଥିଲା। ରେଞ୍ଜର ତନୁଜା କାର୍ତ୍ତିକଙ୍କ ତତ୍ତ୍ୱାବଧାନରେ ଫରେଷ୍ଟର ମୁରଲିଧର ଅନୁଗୁଳିଆ, ଫରେଷ୍ଟ ଗାର୍ଡ ବାପି ମାଝୀ, ବନିତା ଦଳେଇ, ବାସୁଦେବ ବାସ୍କର ଏବଂ ଜଗା ମାଡିଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ଟିମ୍‌ ଜିଲାର ସୀମାନ୍ତ ମୋଟୁସ୍ଥିତ କାଲେରୁ ବ୍ରିଜ୍‌ ନିକଟରେ ଜଗି ରହିଥିଲେ। ଏହି ସମୟରେ ଆନ୍ଧ୍ର ଆଡୁ ଏକ ବୋଲେରୋ ପିକ୍‌ଅପ୍‌ ଦ୍ରୁତ ଗତିରେ ଆସୁଥିବାବେଳେ ସେମାନେ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ କଇଁଛ ଥିବା ଜଣାପଡ଼ିଥିଲା।

ବୋଲେରୋ ପିକ୍‌ଅପ୍‌ ସହ ୨ଟି ମୋଟରସାଇକେଲ, ୩୮ଟି ପ୍ଲାଷ୍ଟିକ ଟ୍ରେ, ୪୦ଟି ବ୍ୟାଗ୍, ୬ଟି ମୋବାଇଲ ଫୋନ୍ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରି ଏମ୍‌ଭି ୭୯ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ଏମ୍‌ଭି ୭୯ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ବନାନୀ ହାଲ୍‌ଦାର ଓ ଏଲ୍‌. ଆଇ. ସୁଖରଞ୍ଜନ ବୈଦ୍ୟ ଜବତ କଇଁଛଗୁଡ଼ିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ମାଲକାନଗିରି ସତିଗୁଡା ଡ୍ୟାମ୍‌ଠାରେ ଛଡ଼ାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.