ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ଏହାକୁ ଖେଳାଳି ଏବଂ ପ୍ରଶଂସକ ଭଲ ଭାବେ ସେଲିବ୍ରେଶନ କରିଥିଲେ । ତେବେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସେଲିବ୍ରେଶନ ମହଙ୍ଗା ପଡିଛି । ପୁଣେର ଜଣେ ଓକିଲ ସେ ଜାତୀୟ ପତାକାକୁ ଅସମ୍ମାନୀତ କରିଥିବା ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଶିବାଜୀନଗର ପୋଲିସ ଷ୍ଟେସନରେ ୱାଜିଦ ଖାଁ ଅଭିଯୋଗ ଦାୟର କରିଛନ୍ତି । ହାର୍ଦ୍ଦିକ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗର୍ଲଫ୍ରେଣ୍ଡ ସହ ପୋଡିୟମରେ ଶୋଇ ପଡିଥିଲେ । ଏହା ଜାତୀୟ ପତାକାକୁ ଅସମ୍ମାନ ।
କ୍ରିକେଟରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ସେ ଦାବୀ କରିଛନ୍ତି । ପୋଲିସ ଅବଶ୍ୟ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ କରିନି । ହାର୍ଦ୍ଦିକ ତାଙ୍କ ନୂଆ ପ୍ରେମିକା ମାହିକା ଶର୍ମାଙ୍କ ସହ ଏହାର ଖୁସୀ ମନାଉଥିଲେ । ଏହ ମଧ୍ୟରେ ସେ ତାଙ୍କୁ ଆଲିଙ୍ଗନ, ଚୁମ୍ବନ କରିବା ସହ ନାଚିଥିଲେ । ଶେଷରେ କିଛି ସମୟ ସେମାନେ ପୋଡିୟମରେ ଶୋଇ ପଡିଥିଲେ । ସେ ସମୟରେ ହାର୍ଦ୍ଦିକ ପତାକା ଗୁଡାଇ ରଖିଥିଲେ । ସୂଚନାଯୋଗ୍ୟ ହାର୍ଦ୍ଦିକ ୨ଟି ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିବା ବେଳେ ସେ ଭିନ୍ନ ଭିନ୍ନ ପ୍ରେମିକା ସହ ଏହାର ମଜା ଉଠାଇଛନ୍ତି ।