Latest Odisha News

BREAKING NEWS

ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା

ଦେବଗଡ଼: ପାରିବାରିକ କଳହରୁ କରୁଣ ପରିଣତି। ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା। ଦେବଗଡ଼ ଜିଲ୍ଳା ରିଆମାଳ ବ୍ଲକ ଅଧିନ କୁଣ୍ଢେଇଗଳା ଥାନାର ଗରିଆପାଲି ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମଦ୍ୟପାନ କରି ରମେଶ ବରିଆ ନିଜର ପତ୍ନୀ ଗୁଲ୍ ବରିଆଙ୍କୁ ହତ୍ୟା କରିଛି। କ୍ରୋଧରେ ଜର୍ଜରିତ ରମେଶ ବୋହୁ ଓ ନାତୁଣୀଙ୍କୁ ମଧ୍ୟ ହତ୍ୟା କରିଛି। ଅଭିଯୁକ୍ତ ରମେଶ ଫେରାର ଅଛି।

ସୂଚନା ମୁତାବକ, ଗତକାଲି ରାତି ୧୧ଟା ୩୦ ସମୟରେ ଗରିଆପାଲି ଗ୍ରାମର ରମେଶ ଗରିଆ ନିଜ ସ୍ତ୍ରୀ ଗୁଲ୍ ଗରିଆଙ୍କ ସହିତ କୌଣସି କାରଣକୁ ନେଇ କଳହ କରି ମାଡ଼ ମାରିଥିଲେ । ଫଳରେ ଗୁଲ ନିଜକୁ ବଞ୍ଚାଇବା ପାଇଁ ବୋହୂ ଲିପି ମହାକୁଳ ପାଖକୁ ଚାଲିଯାଇଥିଲା । ରାଗରେ ରମେଶ ଏକ ହାତୁଡି ଦ୍ଵାରା ନିଜ ସ୍ତ୍ରୀ ,ବୋହୂଙ୍କୁ ଆକ୍ରମଣ କରି ମାରିବା ପରେ ନିଜର ୪ ବର୍ଷର ନାତୁଣୀ ଇଶାନିକୁ ଆକ୍ରମଣ କରି ମାରିଦେବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ।

ଘଟଣା ଘଟିବା ପରେ ଅଭିଯୁକ୍ତଙ୍କ ପୁତ୍ର ଧିରେନ୍ ଗରିଆ ଘରକୁ ଫେରି ଦେଖିବା ପରେ କୁଣ୍ଢେଇଗୋଳା ପୁଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳକୁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖା ପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।

Leave A Reply

Your email address will not be published.