Latest Odisha News

BREAKING NEWS

Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍

ରାୟଗଡ଼ା: ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ୍ । ଗୁରୁବାର ରାତିରେ ରାୟଗଡ଼ା ସହର ଫାୟାର ଷ୍ଟେସନ ନିକଟରେ ରହୁଥିବା ପୂର୍ତ୍ତ ବିଭାଗ କର୍ମଚାରୀ ବସନ୍ତ କୁମାର ମିଶ୍ରଙ୍କ ଘରେ ୪ ରୁ ୫ ଜଣ ଦୁର୍ବୃତ୍ତ ପଶିଥିଲେ। ବସନ୍ତଙ୍କୁ ମାରପିଟ୍ କରି ସୁନା ଗହଣା ସମେତ ବିଭିନ୍ନ ଆସବାବପତ୍ର ଲୁଟ୍ କରି ନେଇଥିଲେ। ସୂଚନାଥାଉକି, ଆକ୍ରମଣର ଶିକାର ହୋଇଥିବା ବସନ୍ତ କୁମାର ମିଶ୍ର ରାୟଗଡ଼ା ପୂର୍ତ୍ତ ବିଭାଗରେ କାର୍ଯ୍ୟ କରନ୍ତି ।

ସୂଚନାମୁତାବକ, ସେ ରାତିରେ ଘରେ ଏକୁଟିଆ ଥିଲେ, ଏହି ସମୟରେ ୪/୫ ଯୁବକ ହାତରେ ବନ୍ଧୁକ ଛୁରୀ ଧରି ଘରେ ଜୋରର ଜବରଦସ୍ତି ଘରେ ପଶିଥିଲେ । ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ତାଙ୍କ ଫୋନ ପେ ଆକାଉଣ୍ଟରୁ ୧୧ ହଜାର ଟଙ୍କା ନେଇଯାଇଛନ୍ତି । ୬ ଘଣ୍ଟା ଧରି ଦୁର୍ବୃତ୍ତମାନେ ରାତିରେ ବସନ୍ତଙ୍କୁ ହାତ ଗୋଡ଼ ବାନ୍ଧି ମାରପିଟ କରି ଶାରୀରିକ ଯନ୍ତ୍ରଣା ଦେବା ସହ ଲୁଟ କରିଥିଲେ । ଏପରିକି ବ୍ୟାଙ୍କ ଆକାଉଣ୍ଟର ଟଙ୍କା ଉଠାଣ ଫର୍ମରେ ଜୋର ଜବରଦସ୍ତ ଦସ୍ତଖତ କରି ନେଇଥିଲେ। ଏନେଇ ପୋଲିସକୁ ଖବର ଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସକାଳୁ ବାହାର ପଟୁ କବାଟ ବନ୍ଦ କରି ଚାଲି ଯାଇଥିଲେ ।

ସକାଳୁ ବସନ୍ତ ଘଣ୍ଟାଏ ଧରି ପାଟି କରିବା ପରେ ସାହି ପଡୋଶୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ରାୟଗଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.