ଭୁବନେଶ୍ୱର: ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ପରେ ସେ ବିଜେପି ଛାଡିଛନ୍ତି । ପ୍ରେସମିଟ୍ କରି ସେ ତାଙ୍କ ଇସ୍ତଫାର କାରଣ କହିଛନ୍ତି । ସେ କହିଛନ୍ତି ଯେ, ମୂଲ୍ୟବୋଧ ଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି ବିଜେପି ।
ଯିଏ ଚିଟଫଣ୍ଡ ଅଭିଯୁକ୍ତ ତାଙ୍କୁ ଦଳ କେମିତି ସାମିଲ କଲା ବୋଲି ଜୀବନ ପ୍ରଦୀପ ପ୍ରଶ୍ନ କରିଛନ୍ତି । ଏପରିକି ରବୀନ୍ଦ୍ର ମିଶିବା ବାବଦରେ ବାଲେଶ୍ୱର ଜିଲ୍ଲାର କୌଣସି ବରିଷ୍ଠ ନେତାଙ୍କୁ ପଚରା ଯାଇନାହିଁ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ରାଜ୍ୟସଭା ନିର୍ବାଚନ, ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ରବୀନ୍ଦ୍ରଙ୍କୁ ଦଳରେ ମିଶାଯାଇଛି । ଆଉ ରବୀନ୍ଦ୍ର ମଧ୍ୟ ବହୁ ଚତୁରତାର ସହ ସଠିକ ସମୟରେ ବିଜେପିରେ ମିଶିଛନ୍ତି । ଏହାକୁ ସେ ବରଦାସ୍ତ ନକରିବାରୁ ଦଳ ଛାଡିଛନ୍ତି ।
୨୦୧୪ରେ ଦଳ କ୍ଷମତାକୁ ଆସିବା ପରେ ଦଳର ନୈତିକ ପତ୍ତନ ହୋଇଛି ବୋଲି ସେ କହିଛନ୍ତି। ଏହାସହ ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ ସେ କହିଛନ୍ତି ଯେ, ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନାହିଁ ।