Latest Odisha News

BREAKING NEWS

ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ସାମ୍ବାଦିକ ସଂଘ (ଏସଜେଏଫଆଇ)ର ୫୦ତମ ବାର୍ଷିକ ସମ୍ମିଳନୀକୁ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ ଆଜି କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖାଡସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି ।

ଚାରି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ପ୍ରତିଦିନ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସାଙ୍ଗକୁ ସୁନାମଧନ୍ୟ କ୍ରୀଡାବିତଙ୍କୁ ନେଇ ପ୍ରତି ସନ୍ଧ୍ୟାରେ ଆଲୋଚନାଚକ୍ର ଆୟୋଜିତ ହେବ ।
ଚଳିତ ବର୍ଷ ଏସଜେଏଫଆଇ ତାର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଛି ।

ଆଜି ଅତିଥିମାନେ ନିଉଜ ଲେଟର “ଦିଲ୍ଲୀ ରକ୍ସ”, ଜେକେ ବୋଷ ଟି୨୦ ଟ୍ରଫି ଓ ଏସି ବାଲି ଟିଟି ଟ୍ରଫି ଉନ୍ମୋଚନ କରିଥିଲେ । ସମ୍ମିଳନୀରେ ଓଡିଶା କ୍ରୀଡା ସାମ୍ବାଦିକ ସଂଘର (ଓସଜା) ୫ ଜଣ ସଦସ୍ୟ ଯୋଗ ଦେଇଛନ୍ତି । ସେମାନେ ହେଲେ ସଭାପତି ସନ୍ଦୀପ ମିଶ୍ର, ସମ୍ପାଦକ ସୁରେଶ ସ୍ବାଇଁ, ସଦସ୍ୟ ବିମଳ କୁମାର ରାଉଳ, ଦୀପ୍ତିରଞ୍ଜନ ସାମଲ ଓ ତୁଷାର ସେନାପତି । ଆସନ୍ତାକାଲି ସକାଳେ ଟି୨୦ କ୍ରିକେଟର ପ୍ରଥମ ମ୍ୟାଚ ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଖେଳାଯିବ।

ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଏସଜଏଫଆଇର ସଭାପତି, ସମ୍ପାଦକ, ଆୟୋଜକ ଦିଲ୍ଲୀ କ୍ରୀଡା ସାମ୍ବାଦିକ ସଂଘ ଓ ୧୮ଟି ରାଜ୍ୟ ସଂଘର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.