ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ୨୦୨୫ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ବିଭିନ୍ନ ଭାଷାରେ ସାରା ଭାରତର ବିଶିଷ୍ଟ ଲେଖକମାନଙ୍କୁ ଏକାଡେମୀ ପକ୍ଷରୁ ଚୟନ କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଲି, କନ୍ନଡ଼, ଉର୍ଦ୍ଦୁ, କାଶ୍ମୀରୀ, ଇଂରାଜୀ ଆଦି ୨୪ଟି ଭାଷାରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଓଡ଼ିଶାରୁ ବିଶିଷ୍ଟ କବି ଗିରିଜା କୁମାର ବଳିୟାରସିଂ କବିତା ବିଭାଗ ପାଇଁ ମନୋନିତ ହୋଇଛନ୍ତି । ୨୦୨୦ ମସିହାରେ ପ୍ରକାଶିତ ଗିରିଜା କୁମାର ବଳିୟାରସିଂଙ୍କ କବିତା ସଂକଳନ ‘ପାଦପୂରଣ’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଛନ୍ତି ।
କବିତା ପାଇଁ ୮ଟି ସଂକଳନ, ୪ଟି ଉପନ୍ୟାସ, ୨ଟି ପ୍ରବନ୍ଧ, ୧ଟି ସାହିତ୍ୟ ସମାଲୋଚନା, ୧ଟି ଆତ୍ମଜୀବନୀ ଓ ୨ଟି ଆତ୍ମଅନୁଭୂତି ପୁସ୍ତକ ୨୦୨୫ ପୁରସ୍କାର ପାଇଁ ବିଭିନ୍ନ ଭାଷାରୁ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ପୁରସ୍କାର ରାଶିରେ ଲେଖକଙ୍କୁ ଉପଢ଼ୌକନ, ଉତ୍ତରୀୟ ସାଙ୍ଗକୁ ୧ ଲକ୍ଷ ଟଙ୍କା ଦିଆଯିବ । ମାର୍ଚ୍ଚ ୩୧ ତାରିଖ ଦିନ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ।