Latest Odisha News

BREAKING NEWS

କାହିଁକି ଓ କାହା ଭୁଲରୁ ଘଟିଗଲା SCB ଅଗ୍ନିକାଣ୍ଡ?

କଟକ: କାହିଁକି ଓ କାହା ଭୁଲରୁ ଘଟିଗଲା SCB ଟ୍ରମା ଆଇସିୟୁ ଟ୍ରାଜେଡି ? ସର୍ଟସର୍କିଟ୍ ନା ଅନ୍ୟ କାରଣରୁ ଘଟିଗଲା ଏତେ ଭୟଙ୍କର ଅଗ୍ନିକାଣ୍ଡ। ମେଡିକାଲରେ ଫାୟାର ସେଫଟି ବ୍ୟବସ୍ଥା ଥାଇ ବି କାହିଁକି ନିଆଁକୁ ରୋକା ଯାଇପାରିଲା ନାହିଁ? ଏହି ଘଟଣାରେ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ।

ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ଜାରି ରହିଛି ଆଇସିୟୁ ନିଆଁ ତନାଘନା। ଘଟଣାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଛଡ଼ା ସରଜମିନ୍ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଏକ ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାର ତନାଘନା କରୁଛନ୍ତି। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଆଁ ଲାଗିବା ସମ୍ପର୍କରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । କମିଶନର ସଦସ୍ୟ ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀ ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଟ୍ରମା କେୟାର ସେଣ୍ଟରର ପ୍ରଥମ ମହଲାରେ ଥିବା ଆଇସିୟୁରେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା । ସେତେବେଳେ ସେଠାରେ ୨୩ ଜଣ ଗୁରୁତର ରୋଗୀ ଚିକିତ୍ସାଧୀନ ଥିଲେ। ହସ୍ପିଟାଲ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଓ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଉଦ୍ଧାର କାର୍ଯ୍ୟ ସମୟରେ ସ୍ପ୍ରିଙ୍କଲର ସମୟରେ କାମ ନକରିବାରୁ ଅଗ୍ନି ନିର୍ବାପନ କାର୍ଯ୍ୟ ବିଳମ୍ବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହା ମାନବାଧିକାରର ଗୁରୁତର ଉଲ୍ଲଙ୍ଘନ ବୋଲି ଉଲ୍ଲେଖ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ସେହିପରି ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଏବଂ ଆହତଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି । ଗତ ରବିବାର ରାତିରେ SCB ମେଡିକାଲ ଟ୍ରମା କେୟାର ICUରେ ନିଆଁ ଲାଗି ୧୦ ରୋଗୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଏକାଧିକ ଏବେ ବି ସଂଙ୍କଟାପନ୍ନ ଅବସ୍ଥାରେ । ଘଟଣାରେ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ।

Leave A Reply

Your email address will not be published.