Latest Odisha News

ଏଥର ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନେକ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଛନ୍ତି । ଚଳିତ ବର୍ଷ ୫ ଲକ୍ଷ ୪୬ ହଜାର ୮୭୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବାପାଇଁ ଫର୍ମ ଭରିଥିଲେ ହେଲେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୬ ହଜାର ୯୪୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି ।

ହେଲେ କୌଣସି କାରଣରୁ ୯୯୩୦ଜଣ ଛାତ୍ରୀଛାତ୍ର ପରୀକ୍ଷାରେ ଅନୁପସ୍ଥିତ ରହିଥିବା ନେଇ ବିଧାୟିକା ଉପାସନା ମହାନ୍ତିଙ୍କ ପ୍ରଶ୍ନରେ ଆଜି ଗୃହରେ ବଡ଼ ବୟାନ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସେହିପରି, ସ୍କୁଲରେ ତଳେ ବସି ପଢୁଛନ୍ତି ଛାତ୍ରଛାତ୍ରୀ । ୧୯୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ରାଜ୍ୟର ୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ଡେସ୍କ ଓ ବେଞ୍ଚ୍ ନଥିବାରୁ ତଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଡେସ୍କ ଓ ବେଞ୍ଚ୍ ଯୋଗାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.