ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଫ୍ରାଂଚାଇଜଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥର ୩୧ ମ୍ୟାଚ ଫିନିଶରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା, ନମନ ଧୀର ଓ ୱିଲ ଜ୍ୟାକ୍ସ ଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ପାଖରେ ଏମଏସ ଧୋନୀ, ଶିବମ ଦୁବେ, କାର୍ତିକ ଶର୍ମା ଓ ଡେୱାଲ୍ଡ ବେଭିସ ଅଛନ୍ତି । ଗତ ସଂସ୍କରଣର ଚାମ୍ପିୟନ ଆରସିବି ନିକଟରେ ଟିମ ଡେଭିଡ, ଜୀତେଶ ଶର୍ମା ଓ ରୋମାରିଓ ଶେଫାର୍ଡଙ୍କ ପରି ବଡ ଶଟ ଖେଳିବା ଖେଳାଳି ଅଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଡେଭିଡ ମିଲର, ସମୀର ରିଜଭୀ ଓ ଆଶୁତୋଷ ଶର୍ମାଙ୍କ ପରି ମ୍ୟାଚ ଫିନିଶର ଅଛନ୍ତି । ଜାସନ ହୋଲ୍ଡର, ରାହୁଲ ଟେୱାଟିଆ ଓ ଗ୍ଲେନ ଫିଲିପ୍ସକୁ ନେଇ ଗୁଜରାଟ ତାର ସ୍ଥିତି ମଜଭୁତ କରିଥିବା ବେଳେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନିକଟରେ ନିକୋଲସ ପୂରନ,ଆୟୂଷ ବଦାନୀ ଓ ଅବଦୁଲ ସମଦଙ୍କ ପରି ମ୍ୟାଚ ଫିନିଶର ରହିଛନ୍ତି । କେକେଆର ନିକଟରେ ରିଙ୍କୁ ସିଂ, ରମନଦୀପ ସିଂ ଓ ରିକାଡୋ ପାୱେଲ ଥିବା ବେଳେ ପଞ୍ଜାବ କିଙ୍ଗସ ପାଖରେ ଶଶାଙ୍କ ସିଂ,ମାର୍କସ ଷ୍ଟୋଇନସ ଓ ମାର୍କୋ ୟାନେସନଙ୍କ ପରି ମ୍ୟାଚ ବିଜେତା ଅଛନ୍ତି ।