Latest Odisha News

BREAKING NEWS

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୫୦ଟି ଆଇଇଡି ଜବତ

ଇମ୍ଫାଲ: ମଣିପୁରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଏକ ସର୍ଚ୍ଚ ଅପରେସନ ସମୟରେ ୨୯ଟି ବନ୍ଧୁକ, ବିପୁଳ ପରିମାଣର ଗୁଳିଗୋଳା ଓ ୫୦ଟି ଆଇଇଡି ଜବତ କରାଯାଇଛି । ଏହା ସହ ଘଟଣାସ୍ଥଳରେ ଅନେକ ଆଇଇଡିକୁ ନଷ୍ଟ କରିଦିଆଯାଇଛି, ଯାହା ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇବାରେ ସଫଳ ହୋଇଛି ।

ପୋଲିସ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ମଣିପୁରର ବିଭିନ୍ନ ପାର୍ବତ୍ୟ ଓ ସମତଳ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ କାକଚିଙ୍ଗ୍, ତେଙ୍ଗନୋପାଲ, ପଶ୍ଚିମ ଇମ୍ଫାଲ ଓ ଥୌବାଲ୍ ଜିଲ୍ଲାରୁ ଏକ ଏକେ-୫୬ ରାଇଫଲ୍, ୧୧ଟି ପିସ୍ତଲ ଓ ଗ୍ରେନେଡ୍ ଲଞ୍ଚର ସମେତ ଅନେକ ମାରଣାସ୍ତ୍ର ଜବତ କରାଯାଇଛି ।

ସେହିପରି ପଶ୍ଚିମ ଇମ୍ଫାଲର ଲାମଡେଙ୍ଗ୍ ଏବଂ କାମେଙ୍ଗ୍ ଅଞ୍ଚଳରୁ ୧୧ଟି ପିସ୍ତଲ ସହ ୮୫ ରାଉଣ୍ଡ ଜୀବନ୍ତ ଗୁଳି ଓ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଜବତ କରାଯାଇଛି । ଥୌବାଲ୍ ଏବଂ କାକଚିଙ୍ଗ୍ ଜିଲ୍ଲାର ପାଦଦେଶରୁ ମଧ୍ୟ ଅନେକ ଅତ୍ୟାଧୁନିକ ବନ୍ଧୁକ ଓ ଗ୍ରେନେଡ୍ ଉଦ୍ଧାର ହୋଇଛି ।

Leave A Reply

Your email address will not be published.