ନୂଆଦିଲ୍ଲୀ: ପଦ୍ମ ଧରିଲେ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲ । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସାଇନାଙ୍କ ସହ ତାଙ୍କ ବଡ ଉଭଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏ ଦୁହେଁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ବୋଲି ଚର୍ଚ୍ଚା ହେଉଛି । ବିଜେପିରେ ଯୋଗ ଦେବା ପରେ ସାଇନା କହିଛନ୍ତି, ଦେଶର ହିତ ପାଇଁ ଯେଉଁ ଦଳ କାମ କରୁଛି ସେହି ଦଳରେ ମିଶି ସେ ବେଶ୍ ଖୁସି ଅଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ତାଙ୍କୁ ବେଶ୍ ପ୍ରେରଣା ମିଳିଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦେଶ ପାଇଁ ଯେଉଁଭଳି ପରିଶ୍ରମ କରୁଛନ୍ତି ତାଙ୍କ ସହ ମିଶି କାମ କରିବାରେ ମୋତେ ଆନନ୍ଦ ମିଳିବ । ଖେଲୋ ଇଣ୍ଡିଆ ଆରମ୍ଭ କରି ମୋଦି ବେଶ୍ ଭଲ କାମ କରିଛନ୍ତି ବୋଲି ସାଇନା କହିଛନ୍ତି ।
ସାଇନା ୨୪ଟି ଅନ୍ତର୍ଜାତୀୟ ଟାଇଟଲ ଜିତିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ବ୍ୟାଡମିଂଟନ ଖେଳାଳି ଭାବେ ଅଲିମ୍ପିକ୍ସ ମଧ୍ୟ ଜିତିଛନ୍ତି । ସାଇନାଙ୍କ ପୂର୍ବରୁ ରାଜନୀତିରେ ଅନେକ ଖେଳାଳି ଯୋଗ ଦେଇସାରିଛନ୍ତି । କ୍ରିକେଟର ଗୌତମ ଗମ୍ଭୀର, ରେସଲର ଯୋଗେଶ୍ୱର ଦତ ଏବଂ ବବିତା ଫୋଗଟ ଭଳି ବଡ ବଡ ଷ୍ଟାର ଖେଳାଳି ଏଥିରେ ସାମିଲ ଅଛନ୍ତି ।
Comments are closed.