Latest Odisha News

BREAKING NEWS

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ୨ ବର୍ଷିଆ ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ୨୩ ମାର୍ଚ୍ଚ, ୨୦୨୬ ଠାରୁ ୬ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ କମନ ଆପ୍ଲିକେସନ ଫର୍ମ (CAF) ପୂରଣ କରିପାରିବେ ।

ଆବେଦନ ସମୟରେ କୌଣସି ତ୍ରୁଟି ଥିଲେ ୭ ତାରିଖରେ ସଂଶୋଧନ କରିପାରିବେ । ଆବେଦନକାରୀଙ୍କ ସମସ୍ତ ତଥ୍ୟ ଓକାକ୍‌ ପକ୍ଷରୁ ୧୩ ତାରିଖରେ ପରୀକ୍ଷା ପରିଚାଳନା କରୁଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସଏସବି)କୁ ପ୍ରଦାନ କରାଯିବ । ମେ ୨୭ରେ ଏସଏସବି ୱେବ୍‌ସାଇଟ୍‌ରେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ। ମେ’ ୩୧ରେ ବି.ଏଡ୍‌. ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ସେହିପରି ଜୁନ୍‌ ୩ରେ ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷା ହେବ । ସ୍ନାତକ ପରୀକ୍ଷାଫଳ ପ୍ରକାଶ ପାଇ ନ ଥିଲେ ମଧ୍ୟ ଛାତ୍ରୀଛାତ୍ର ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ରେଜଲ୍ଟ ବାହାରିବା ପରେ ତାକୁ ଅପ୍‌ଡେଟ୍‌ କରିବେ । ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବୃତ୍ତିରାଶି ପାଇଁ ଆବେଦନ ସମୟରେ ହିଁ ରେସିଡେଣ୍ଟ ସହ ଜାତି ଓ ଆୟ ପ୍ରମାଣପତ୍ରର ଆବଶ୍ୟକତା ରହିଛି ।

Leave A Reply

Your email address will not be published.