ଗ୍ୟାଙ୍ଗଟକ୍: ଭୂକମ୍ପ ଝଟକାରେ ପୁଣି ଥରିଲା ସିକ୍କିମ ରାଜ୍ୟ । ସିକିମରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିବାବେଳେ, ପୁଣି ଭୂକମ୍ପ ଅନୁଭୁତ ହୋଇଛି । ମାଙ୍ଗାନ ଜିଲ୍ଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ୧୪ କିଲୋମିଟର ଗଭୀରତା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି ।
ଏବେ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା କେହି ମୃତାହତ ହୋଇଥିବା ନେଇ ଖବର ମିଳିପାରିନାହିଁ । ସ୍ଥାନୀୟ ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଶୁକ୍ରବାର ସକାଳେ ସିକ୍କିମରେ ଗାଙ୍ଗଟକରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ଉଭୟ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୭ ରେକର୍ଡ କରାଯାଇଥିଲା । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।