Latest Odisha News

Diesel Theft: ଚୋରା ଡିଜେଲ୍‌ କାରବାର; ୧୧ ଗିରଫ

କୋରାପୁଟ:ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଛି କୋରାପୁଟ ସଦର ଥାନା ପୋଲିସ । ସଦର ଥାନା ଅଧୀନରେ ଥିବା ପୋଡ଼ାଗଡ଼ ଅଞ୍ଚଳରୁ ଏକ ଟ୍ରକରୁ ଡିଜେଲ ଚୋରି କରିଥିବା ୫ ଜଣ ଯୁବକ ଏବଂ ଚୋରି ଡିଜେଲକୁ କିଣିଥିବା ୬ ଜଣ ଦୋକାନୀ ଏପରିକି ମୋଟ ୧୧ ଜଣ ଗିରଫ କରାଯାଇଛି।

ସେମାନଙ୍କ ଠାରୁ ୪୭୦ ଲିଟର ଡିଜେଲ ସମେତ ଗୋଟିଏ ଓମିନି ଗାଡି, ପଲସର ବାଇକ, ୫ ମୋବଇଲ ଫୋନ ଜବତ କରାଯାଇଛି।

ଏପଟେ ଏହି ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ ଟୁନା ହରିଜନ ଏବଂ ଧନୁର୍ଜୟ ପରଜା ସମେତ ଅନ୍ୟ ୬ ଜଣ ଫେରାର ରହିଥିବା ସଦର ଥାନା ଅଧିକାରୀ ରୁନୁ ମାଝୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.