Latest Odisha News

BREAKING NEWS

କଟକ ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ

ଭୁବନେଶ୍ବର: କଟକ ଲିଙ୍କରୋଡ LIC ଅଫିସରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ନିଆଁ ଏପର୍ଯ୍ୟନ୍ତ ଆୟତ୍ତକୁ ଆସିଲା ନା ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଆସବାବପତ୍ର ସହ କିଛି ଗୁରୁତ୍ୱପୂର୍ଣ୍ଣ ଜଳିଯାଇଥିବା ସୂଚନା ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। । ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ଅଳ୍ପ ଦିନ ପୂର୍ବରୁ କଟକ ଏସ୍‌ସିବିରେ ଅଗ୍ନିକାଣ୍ଡ ଘଟିଥିଲା। ‌ଏହି ଅଗ୍ନିକାଣ୍ଡରେ ୧୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୫ଜଣ ରୋଗୀ ଗୁରୁତର ହୋଇଥିଲେ। କମ୍‌ ଦିନର ବ୍ୟବଧାନ ପରେ ପୁଣି ଥରେ କଟକରେ ଅଗ୍ନିକାଣ୍ଡ ଘଟିଥିବାରୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ସୋମବାର ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଥିଲା। ବସଷ୍ଟାଣ୍ଡରେ ହୁ ହୁ ହେଇ ଜଳିଥିଲା ଯାତ୍ରୀବାହୀ ବସ୍ । ଯାତ୍ରୀବାହୀ ବସରେ ରାତିରେ ଲାଗିଥିଲା ନିଆଁ । ତେବେ ଗୋଟିଏ ବସରୁ ଅନ୍ୟ ବସ୍ କୁ ବ୍ୟାପିବା ପୂର୍ବରୁ ନିଆଁ ଆୟତ୍ତ କଲା ଅଗ୍ନିଶମ ବିଭାଗ । ସୂଚନା ମିଳିବା ପରେ ତୁରନ୍ତ ପୁରୀ ଅଗ୍ନିଶମ ଓ ଶ୍ରୀଜଗନ୍ନାଥ ଅଗ୍ନିଶମ କେନ୍ଦ୍ରର ୪ ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିଲା । ଗତକାଲି ରାତିରେ ପୁରୀ ବସଷ୍ଟାଣ୍ଡର ଛିଡ଼ା ହୋଇଥିବା ଏକ ଘରୋଇ ବସ୍ ରେ ନିଆଁ ଲାଗି ଯାଇଥିଲା ।

Leave A Reply

Your email address will not be published.