Latest Odisha News

ବୌଦ୍ଧ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ବିଚାରପତି ବୌଦ୍ଧ ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହି ମାମଲାରେ ଶିଶୁ ଯୌନ ନିର୍ଯାତନ ସୁରକ୍ଷା (POCSO) ଆଇନର ଦଫା ୧୦ ଏବଂ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଦଫା ୩୩୨(ଗ) ଅନୁଯାୟୀ ଅଭିଯୁକ୍ତ ଗଣେଶ ପ୍ରଧାନକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ମାମଲାର ବିବରଣୀ ଅନୁଯାୟୀ, ଗତ ୨୦୨୪ ମସିହା ମାର୍ଚ୍ଚ ୦୭ ତାରିଖରେ ଅଭିଯୋଗକାରୀ ଶିବ ମହାଲିକ ଓ ତାଙ୍କ ସ୍ତ୍ରୀ ଘରେ ନଥିବା ସୁଯୋଗ ନେଇ ଗୁଡାପଡା ଗ୍ରାମର ଅଭିଯୁକ୍ତ ଗଣେଶ ପ୍ରଧାନ ତାଙ୍କ ଘରେ ପ୍ରବେଶ କରିଥିଲେ । ସେଠାରେ ସେ ଅଭିଯୋଗକାରୀଙ୍କ ମାନସିକ ଅକ୍ଷମ କନ୍ୟାଙ୍କୁ ବଳାତ୍କାର କରିଥିଲେ । ଏନେଇ ବୌଦ୍ଧ ଥାନାରେ ୧୨ ତାରିଖ ମାର୍ଚ୍ଚ ମାସ ୨୦୨୪ରେ ମାମଲା ରୁଜୁ ହୋଇଥିଲା ।

ପୋଲିସ ପକ୍ଷରୁ ତୁରନ୍ତ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ପୋଲିସର ଦ୍ରୁତ ତଦନ୍ତ ଓ ଦୃଢ଼ ପ୍ରମାଣ ଉପସ୍ଥାପନ ଫଳରେ ମାନ୍ୟବର ଅଦାଲତ ଅଭିଯୁକ୍ତଏହି ମାମଲାର ଚୂଡାନ୍ତ ରାୟ ଶୁଣାଇଛନ୍ତି ।

ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଏପରି ସମ୍ବେଦନଶୀଳ ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ ଓଡ଼ିଶା ପୋଲିସର ଦକ୍ଷତା ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ପ୍ରମାଣ ଦେଉଛି ।

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଏସପି ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ନୂତନ ଭାରତୀୟ ଆଇନ କାର୍ଯ୍ୟକାରି ହେବାପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.