Latest Odisha News

BREAKING NEWS

ସିମେଣ୍ଟ କାରଖାନାରେ ବିସ୍ଫୋରଣ; ୧ ମୃତ, ୩ ଗୁରୁତର

ରାଜଗାଙ୍ଗପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ ଫ୍ୟାକ୍ଟ୍ରି ପରିସରରେ ବୁଧବାର ଅପରାହ୍ନରେ ଘଟିଥିବା ବିସ୍ଫୋରଣରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଡାଲମିଆ ଭାରତର ଅଧିନରେ ଥିବା ଓଡିଶା ସିମେଣ୍ଟ ଲି. (ଓସିଏଲ୍‌) ପରିସରରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସର ଲାଇନ୍‌-୩ରେ କିଛି ଶ୍ରମିକ ସଫେଇ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣବଶତଃ ଅଚାନକ ବିସ୍ଫୋରଣ ଘଟିଥିଲା । ଯାହାଫଳରେ ଜଣେ ମହିଳା ଶ୍ରମିକଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ ।

ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉକ୍ତ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ଅନ୍ୟ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବା ନେଇ ମେଡିକାଲ୍ ସୁତ୍ରରୁ ପ୍ରକାଶ ।

ତେବେ ଏନେଇ କାରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.