Latest Odisha News

BREAKING NEWS

ଆଇପିଏଲ: ଆୟୋଜିତ ହେବନି ଉଦଘାଟନୀ ସମାରୋହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଇପିଏଲ ୨୦୨୬ ଉଦଘାଟନୀ ସମାରୋହକୁ ନେଇ ଏକ ବଡ ନିଷ୍ପତି ନେଇଛି । ଗତ ବର୍ଷ ଆରସିବି ଚାମ୍ପିୟନ ହେବା ପରେ ବିଜୟ ଉତ୍ସବ ପାଳନ ଅବସରରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୧୧ ପ୍ରଶଂସକଙ୍କ ପ୍ରାଣ ଯାଇଥିଲା । ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିସିସିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ ହେବ । ଉଦଘାଟନୀ ମୁକାବିଲା ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।

ଏହା ପୂର୍ବରୁ କୌଣସି ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବନି । ତେବେ ଉଦଯାପନୀ କାର୍ଯ୍ୟକ୍ରମ ଧୂମଧାମରେ ଆୟୋଜନ ହେବ ବୋଲି ସ୍ପଷ୍ଟ କରାଯାଇଛି । ୩୧ ମେରେ ହେବାକୁ ଥିବା ଫାଇନାଲ ମ୍ୟାଚ ପୂର୍ବରୁ ଭବ୍ୟ ସମାରୋହର ଆୟୋଜନ କରାଯିବ ବୋଲି ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି । ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଆଇପିଏଲରେ ଉଦଘାଟନୀ ଉତ୍ସବ ଆୟୋଜନ କରାଯାଇ ନ ଥିଲା ।

Leave A Reply

Your email address will not be published.