Latest Odisha News

BREAKING NEWS

ଆସନ୍ତା ସୋମବାର ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଜି ମଧ୍ୟ ଚାଲିପାରିନି ବିଧାନସଭା । ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରହିଲା ଗୃହ । ସୋମବାର ଯାଏଁ ବିଧାନସଭାକୁ ମୁଲତବୀ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗୁରୁବାର ଆରମ୍ଭ ହୋଇଥିଲା କାର୍ଯ୍ୟଦିବସ ।

ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଏସସିବି ଅଗ୍ନିକାଣ୍ଡ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ହେଲେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଲାଗି ପ୍ରଥମେ ବିଧାନସଭାକୁ ସାଢେ ୧୧ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଥିଲେ । ଏବଂ ଏସସିବି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ତେବେ ଗତ ୧୭ ତାରିଖରୁ ଏସ୍‌ସିବି ମେଡ଼ିକାଲ ଅଗ୍ନିକାଣ୍ଡ ପ୍ରସଙ୍ଗକୁ ନେଇ ଲଗାତାର ଭାବେ ବିରୋଧୀମାନେ ଗୃହରେ ହଟ୍ଟଗୋଳ କରିଆସୁଛନ୍ତି ।

ଗୁରୁବାର ରୁକୁଣା ରଥଯାତ୍ରା ପାଇଁ ଅଧାରୁ ବିଧାନସଭା ବନ୍ଦ ହୋଇଥିବା ବେଳେ ଶୁକ୍ରବାର ରାମନବମୀ ପାଇଁ ବନ୍ଦ ରହିବ । ସେହିପରି ୨୮ ତାରିଖରେ ମାସର ଶେଷ ଶନିବାର ହୋଇଥିବାରୁ ବନ୍ଦ ରହିବ ବିଧାନସଭା କାର୍ଯ୍ୟଦିବସ । ଏହାପରଦିନ ରବିବାର ତେଣୁ ସୋମବାର ଯାଇ ସ୍ବାଭବିକ ହେବ ଗୃହ ।

Leave A Reply

Your email address will not be published.