Latest Odisha News

BREAKING NEWS

୨୦୨୪ ତୁଳନାରେ ୨୦୨୫ ରେ ବଢ଼ିଛି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା…

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ରୋକିବାକୁ ରାଜ୍ୟ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ଅନେକ ଯୋଜନା କରିବା ସହ କଟକଣା ମଧ୍ୟ ଲଗାଉଛନ୍ତି । ଏହାସହ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ହଜାର ହଜାର ଟଙ୍କା ଜରିମାନା ଆଦାୟ କରୁଛନ୍ତି । ତଥାପି ସଡ଼କ ଦୁର୍ଘଟଣା କମିବାର ନାଁ ନେଉନି ।

ରାଜ୍ୟରେ ସଡକ ଦୁର୍ଘଟଣାରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ୨୦୨୪ ତୁଳନାରେ ୨୦୨୫ ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ବୃଦ୍ଧି ପାଇଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଯେ, ୨୦୨୪ ରେ ସଡ଼କ ଦୁର୍ଘଟଣାରେ ଦୈନିକ ୧୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ୩୦ ଜଣ ଆହାତ ହେଉଥିଲେ । ହେଲେ ୨୦୨୫ ରେ ଆହାତଙ୍କ ସଂଖ୍ୟା ସମାନ ଥିବା ବେଳେ ମୃତକଙ୍କ ସଂଖ୍ୟା ଦୈନିକ ୧୭ ରୁ ୧୮ କୁ ବୃଦ୍ଧି ପାଇଛି ।

ସେହିପରି, ୨୦୨୪ ରେ ସଡ଼କ ଦୁର୍ଘଟଣାରେ ୬୧୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୫ରେ ଏହି ସଂଖ୍ୟା ୬୪୮୩ରେ ପହଞ୍ଚିଛି ।

Leave A Reply

Your email address will not be published.