Latest Odisha News

BREAKING NEWS

ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…

ଭୁବନେଶ୍ବର: ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପରେ ଏବେ ସରକାରୀ କର୍ମଚାରୀ AI (କୃତ୍ରିମ ବୁଦ୍ଧିମତା) ପାଠ ସହ ସାଇବର ସୁରକ୍ଷା ପାଠ ମଧ୍ୟ ପଢ଼ିବେ । AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କର ରାଙ୍କିଂ ବଢିବ । ପ୍ରତି ମାସରେ ଅତିକମ୍‌ରେ ଗୋଟିଏ ପାଠ୍ୟକ୍ରମ ପଢିବେ ।

ରାଜ୍ୟର ରାଙ୍କିଂକୁ ଉନ୍ନତ କରିବା ପାଇଁ, ତିନୋଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ ​​କରିବାକୁ ପଡିବ । ଗୋଟିଏରୁ ଅଧିକ ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କ ରାଙ୍କିଂକୁ ବୃଦ୍ଧି କରାଯିବ ।

ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୬ ସୁଦ୍ଧା ୩ ଲକ୍ଷ ୮୮ ହଜାର ୮୫୪ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୧୮ ଲକ୍ଷ ୮୦ ହଜାର ୩୩୨ ଜଣ କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୨ ଲକ୍ଷ ୪୫ ହଜାର ୯୫୬ ଜଣ ଏଆଇ ସମ୍ପର୍କିତ ପାଠ୍ୟକ୍ରମ ଶେଷ କରିସାରିଛନ୍ତି ।

Leave A Reply

Your email address will not be published.