Latest Odisha News

BREAKING NEWS

ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ

ସମ୍ବଲପୁର:ଆଜି ସମ୍ବଲପୁର ଧନୁପାଲି ପୋଲିସ ଜଣେ ଯୁବକକୁ ବ୍ରାଉନସୁଗାର କାରବାର ନେଇ ଗିରଫ କରିଛି । ଧନୁପାଲି ପୋଲିସ ସମ୍ବଲପୁର ସହରର କୁମ୍ଭାରପଡ଼ାର ଅରମାନ ଖାନ (୨୩) ନାମକ ଜଣେ ପେସାଦାର ଡ୍ରଗ୍ସ ପେଡଲରକୁ ଗିରଫ କରିଛି । ଅଭିଯୁକ୍ତ ଅରମାନ ଠାରୁ ୬୧ ଗ୍ରାମ ୩୦ ମିଲିଗ୍ରାମ ବ୍ରାଉନ ସୁଗାର ସହ, ଗୋଟିଏ ଦେଶୀ ବନ୍ଧୁକ ଓ ଏକ ମୋବାଇଲ ଫୋନ ଜବତ କରିଛି ପୋଲିସ ।

ଧନୁପାଲି ଥାନା ଅଧିକାରୀଙ୍କ ଅନୁସାରେ, ଅରମାନ ଜଣେ ପେସାଦାର ଅପରାଧୀ । ପୂର୍ବରୁ ତା ନାଁ ରେ ଲୁଟ୍, ଡକାୟତି, ବଟି ଆଦାୟ, ବେଆଇନ ବନ୍ଧୁକ ରଖିବା, ନିଶା ଦ୍ରବ୍ୟ ବିକ୍ରି କରିବା ପରି ବିଭିନ୍ନ ଥାନା ରେ ୩୨ ଟି ଅପରାଧିକ ମାମଲା ରହିଛି । ପୂର୍ବରୁ ମଧ୍ୟ ୦୯.୧୦.୨୦୨୫ ସେ ବେଆଇନ ବ୍ରାଉନ ସୁଗାର କାରବାର ରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା ।ବର୍ତମାନ ସେ ଜାମିନରେ ଥିଲା ।

ଏପଟେ ପୋଲିସ ଓ ଅବକାରୀ ବିଭାଗର କଡ଼ା ପଦକ୍ଷେପ ସତ୍ତ୍ବେ ସମ୍ବଲପୁର ସହରରେ ନିଶା କାରବାର ଉପରେ ଲଗାମ ଲାଗିପାରୁ ନାହିଁ ।

Leave A Reply

Your email address will not be published.