Latest Odisha News

ରାଗିଗଲେ ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ହରଭଜନ ସିଂ ଅବସର ନେବା ପରେ ଏବେ କମେଂଟ୍ରି କରୁଛନ୍ତି । ଆଇପିଏଲ ୨୦୨୬ରେ କମେଂଟ୍ରି ଅବସରରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ହରଭଜନଙ୍କୁ ଟ୍ରୋଲ କରିଛନ୍ତି । ଯାହାକୁ ନେଇ ସେ ରାଗି ଯାଇଥିଲେ । ଜଣେ ୟୁଜର ଲେଖିଥିଲେ ଇଆନ ବିଶପଙ୍କ ହିନ୍ଦୀ ଭାରତୀୟ କମେଂଟେଟର୍ସଙ୍କ ତୁଳନାରେ ବହୁତ ଭଲ । ସେ ସେମାନଙ୍କ ତୁଳନାରେ ଅଧିକ ଭାରତୀୟ ମନେ ହେଉଛନ୍ତି । ସେ ସମୟରେ କମେଟେଟର୍ସ ଭାବେ ବୀରେନ୍ଦ୍ର ସେହ୍ୱାଗ, ନଭୋଜତ ସିଂ ସିନ୍ଧୁ ଓ ହରଭଜନ ଥିଲେ ।

ଏହାର ଜବାବରେ ଅନ୍ୟମାନେ ପ୍ରତିକ୍ରିୟାଶୀଳ ହୋଇ ନ ଥିଲେ ମଧ୍ୟ ହରଭଜନ ଲେଖିଥିଲେ । ହାତୀ ଯାଉଛି ବଜାରେ, କୁକୁର ଭୁକୁଛି ହଜାରେ । ୟୁଜର ଜଣଙ୍କ ଏହାର ଜବାବରେ ଲେଖିଥିଲେ ଅଶ୍ୱୀନଙ୍କୁ ଈର୍ଷା କରି ତୁମ କ୍ୟାରିୟର ନଷ୍ଟ ହେଲା । ଏବେ କମେଂଟ୍ରିରେ ଧ୍ୟାନ ଦିଅ, ନ ହେଲେ ଏହା ବି ଯିବ । ଭଜି ପୂନର୍ବାର ଲେଖିଥିଲେ, କୁକୁରକୁ ଘିଅ ଓ ତୋ ଭଳି କିଛି ଲୋକଙ୍କୁ ଜବାବ ହଜମ ହୋଇ ନ ଥାଏ । ହରଭଜନ ଭାରତ ପକ୍ଷରୁ ୧୦୩ ଟେଷ୍ଟ, ୨୩୬ ଦିିନିକିଆ ଓ ୨୮ ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଯଥାକ୍ରମେ ୪୧୭, ୨୬୯ ଓ ୨୫ ୱିକେଟ ମଧ୍ୟ ନେଇଛନ୍ତି । ହରଭଜନ ଟେଷ୍ଟରେ ୨ଟି ଶତକ ଓ ୯ ଅର୍ଦ୍ଧଶତକ ମାରିଛନ୍ତି ।

Leave A Reply

Your email address will not be published.